
- କେନ୍ଦୁଝର,….ଘଟଗାଁସ୍ଥିତ କ୍ଷିତିଜ୍ୟୋତିଃ ଆଶ୍ରମର 23ତମ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ଦୁଇଦିନ ଧରି ପାଳିତ ହୋଇଯାଇଛି !
ଏହି ଉପଲକ୍ଷେ ଗତ ମଙ୍ଗଳବାର ଗ୍ରାମ ଦେବତୀ ମାତାରିଣୀଙ୍କ ପାଖରେ ବରଣୀ ପୂଜା କରାଯାଇ ଶୁଭାଧିବାସ, କଳସ ଯାତ୍ରା ହୋଇଥିଲା !ବୁଧବାର ପ୍ରଭାତରୁ ମଙ୍ଗଳ ଆଳତୀ, ବିଷ୍ଣୁ ସହସ୍ର ନାମ, ସୂର୍ଯ୍ୟ ପୂଜା, ଧେନୁ ପୂଜା, ବିଭିନ୍ନ ଦେବଦେବୀ ପୂଜା, ବାଲ୍ୟ ଭୋଜନ, ଠାକୁରଙ୍କ ଷୋଡଶ ଉପଚାର ପୂଜା, ବିଶ୍ୱ ଶାନ୍ତି ଗୀତା ଯଜ୍ଞ, ଦିବସବ୍ୟାପୀ ମହାମନ୍ତ୍ର ସଂକୀର୍ତ୍ତନ, ଭଜନ ସମାରୋହ, ସାଧୁ ସନ୍ଥ ପୂଜନ, ବ୍ରହ୍ମ ରାହାସ ହାଟ, ମହା ଜାଗତିକ ସତସଙ୍ଗ ଏବଂ ସନାତନୀ କେତନ ଉତ୍ତୋଳନଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା !
ପଣ୍ଡିତ ଶ୍ୟାମାନନ୍ଦ ଦାସଙ୍କ ସହିତ ବ୍ରହ୍ମାନନ୍ଦ ଦାସ, ଅରୁଣ କୁମାର ଦାସ ଓ ବରୁଣ କୁମାର ଦାସ ପୂଜା ଓ ଯଜ୍ଞ କାର୍ଯ୍ୟକ୍ରମ ସାମ୍ପନ୍ନ ହୋଇଥିଲା !
କଟକ ମାହାଙ୍ଗାରୁ ଆସିଥିବା ସ୍ଵର୍ଣ୍ଣକ୍ଷେତ୍ର ସଂକୀର୍ତ୍ତନ ମଣ୍ଡଳୀ ଓ ଗୁରୁଃସ୍ୱାମୀ ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ହରି ନାମ ଓ ଭଜନ କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା !
ଘଟଗାଁ କ୍ଷିତିଜ୍ୟୋତିଃ ଆଶ୍ରମର କେନ୍ଦ୍ର ସଂଗଠନ ବାବା ଚରମାନନ୍ଦ ଦାସଙ୍କ ତତତ୍ୱାବଧାନରେ କେନ୍ଦ୍ର ପରିଚାଳକ ଅର୍ଜୁନ ଚରଣ ମହାନ୍ତ, ସଦସ୍ୟ ନରେନ୍ଦ୍ର କୁମାର ସାହୁ, ତାପସ କୁମାର ପଣ୍ଡା, ଭୀମସେନ ପାତ୍ର, ସହଦେଵ ମହାନ୍ତ, ଗୁରୁ ଚରଣ ମହାନ୍ତ,, ଦେବସ୍ମିତା ମହାନ୍ତ, ଉର୍ମିଳା ମହାନ୍ତ, ଟିଲୋତ୍ତମା ମହାନ୍ତ, ପୁରୁଷୋତ୍ତମ ମହାନ୍ତ, ସୁକାନ୍ତି ପଲେଇ, ବିଶ୍ୱଜିତ ପଣ୍ଡା, ସାବିତ୍ରୀ ବେହେରା, ଶକୁନ୍ତଳା ମହାନ୍ତ, ହେମାନନ୍ଦ ମହାନ୍ତ ଏବଂ କ୍ଷୀରୋଦ ମହାନ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ !
ଘଟଗାଁ ଆଖପାଖ ଅଂଚଳରୁ ଶହସ୍ରାଧିକ ଭଗବତ ଶ୍ରଦ୍ଧାଳୁ ଆଧ୍ୟାତ୍ମିକ ପ୍ରେମୀ ଭକ୍ତ ବୃନ ଉପସ୍ଥିତିରେ ଆଶ୍ରମ ପରିସର ଚଳ ଚଞ୍ଚଳ ହୋଉ ଉଠିଥିଲା ! ଆଗନ୍ତୁକ ସମସ୍ତ ଭକ୍ତ ମାନଙ୍କ ପାଇଁ ଖେଚୁଡ଼ି, ଡାଲମା, ଖଟା ଓ ପାୟସ ଇତ୍ୟାଦି ପ୍ରସାଦର ସୁବନ୍ଦୋବସ୍ତ କରାଯାଇଥିଲା !