ଅଲାରପୁର ସେବା କେନ୍ଦ୍ରରୁ ୫୨ ୟୁନିଟ ରକ୍ତ ସଂଗୃହୀତ
ଭୁବନେଶ୍ୱର (ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଶାସିକା ସ୍ବର୍ଗତ ରାଜ ଯୋଗିନୀ ଡ. ପ୍ରକାଶମଣିଙ୍କ ୧୮ତମ ସ୍ମୃତି ଦିବସ ( ବିଶ୍ୱ ବନ୍ଧୁତ୍ୱ ଦିବସ ) ଉପଲକ୍ଷେ, ବ୍ରହ୍ମାକୁମାରୀ, ବି.ଜେ.ବି. ନଗର ଭୁବନେଶ୍ୱର ଆନୁକୂଲ୍ୟରେ ଅଲାରପୁର ସେବା କେନ୍ଦ୍ରର ଶିବ ସନ୍ଦେଶ ଭବନରେ ଆଜି ଆୟୋଜିତ ସ୍ବେଚ୍ଛାକୃତ ମେଗା ରକ୍ତଦାନ ଶିବିରରୁ ମୋଟ ୫୨ ୟୁନିଟ ରକ୍ତ ସଂଗୃହୀତ ହୋଇଛି l
ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଡ. ଅରବିନ୍ଦ ଢ଼ାଲି ପ୍ରଦୀପ ପ୍ରଜ୍ୱଳନ କରି ଶିବିରର ଶୁଭାରମ୍ଭ କରିଥିଲେ। ସେ ବ୍ରହ୍ମାକୁମାରୀ ସଂସ୍ଥା ସହିତ ଦୀର୍ଘଦିନର ସ୍ନେହ ସମ୍ପର୍କର ସ୍ମୃତି, ଦିବ୍ୟାନୁଭବ ଓ ଈଶ୍ୱରଙ୍କ ଅପୂର୍ବ କୃପାକୁ ଅଭିବ୍ୟକ୍ତ କରିଥିଲେ। ବିଜେବି ନଗର ସେବାକେନ୍ଦ୍ରର ମୁଖ୍ୟ ପରିଚାଳିକା ବି.କେ.ତପସ୍ୱିନୀ ଦାଦୀ ପ୍ରକାଶମଣିଙ୍କ ଦିବ୍ୟତା, ମାତୃ ସ୍ୱରୂପୀ ସେବା ଓ ଦିନଟିର ଆତ୍ମିକ ମହତ୍ବ ପ୍ରତିପାଦନ କରିଥିଲେ। ସିଫାର ପ୍ରମୁଖ ବୈଜ୍ଞାନିକ ଡ.ପ୍ରିୟବ୍ରତ ସ୍ୱାଇଁ, ସମିତି ସଭ୍ୟ ରଞ୍ଜନ ମହାପାତ୍ର, ଯୁବନେତା ପ୍ରଦୀପ୍ତ ମହାନ୍ତି,ପ୍ରକୃତି ବନ୍ଧୁ ଦୀନବନ୍ଧୁ ଭୋଇ, ପ୍ରିୟବ୍ରତ ପାତ୍ର, ଅର୍ଜୁନ ଜେନାମଣି, ସଂଜୀବ ସାମନ୍ତରାୟ, ଶିକ୍ଷାବିତ ନିଶିକାନ୍ତ ପଣ୍ଡା, ସମାଜସେବୀ କୃଷ୍ଣ ଚନ୍ଦ୍ର ବେହେରା, ଶ୍ରୀକାନ୍ତ ନନ୍ଦ,ସାମ୍ବାଦିକ ପ୍ରକାଶ ବାରିକ ଏବଂ ଗୋପାଳ ବେହେରା ପ୍ରମୁଖ ସମ୍
