ନୂଆପଡା (ମିଖାଏଲ ନନ୍ଦ) : କଳାହାଣ୍ଡି ସାଂସଦ ମାଳବିକା ଦେବୀ କେନ୍ଦ୍ର ମନ୍ତ୍ରୀ ଶ୍ରୀରାମ ମୋହନ ନାଇଡୁ କେଜୁର୍ପା ଙ୍କୁ ସାକ୍ଷାତ ଦାବୀ ଉପସ୍ଥାପନା କରି କଳାହାଣ୍ଡି ଜିଲ୍ଲା ଉତକେଲା ଏବଂ ନୂଆପଡ଼ା ର ଗୌତମା ଏୟାର ଷ୍ଟ୍ରିପ ଉନ୍ନତିକରଣ ପାଇଁ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆକାଶ ମାର୍ଗ ରେ ଯାତାୟତ ସୁବିଧା ଦ୍ବାରା ଲୋକଙ୍କ ସମୟ ଏବଂ ସୁରକ୍ଷା ସୁନିଶ୍ଚିତ ହୋଇ ପାରିବ। ଆଧୁନିକ ଯୁଗ ରେ ଲୋକଙ୍କ ନିକଟରେ ବିକଳ୍ପ ଗମନା ଗମନ ବ୍ୟବସ୍ଥା ହେବ ଆବଶ୍ୟକ ଅଟେ। ତେଣୁ ଖଡିଆଳ ଠାରେ ମଧ୍ୟ ଏକ ଏୟାର ଷ୍ଟ୍ରିପ ନିର୍ମାଣ ନେଇ ଆବଶ୍ୟକ ଥିବା ବେଳେ ଏହି ଦାବୀ ଉପସ୍ଥାପନ କରିବାକୁ ଅନୁରୋଧ।
