ନୂଆପଡା (ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ସୁନାବେଡା ର ଆଦିମ ଜନଜାତି ଚାକୋଟିଆ ଭୁଞ୍ଜିଆଙ୍କ ଅଧିଷ୍ଠାତ୍ରୀ ଦେବୀ ମାଁ ସୁନାଦେଇଙ୍କ ନୂଆଁଖାଇ ପର୍ବ ପାଳିତ ହୋଇଯାଇଅଛି। ଦୀର୍ଘ ଦିନରୁ ପାଳିତ ହୋଇ ଆସୁଥିବା ମାଁ ଙ୍କ ନୂଆଁଖାଇ ପର୍ବ ଭଦ୍ରବ ମାସ ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ। ଏହି ପର୍ବ ପାଳନ ନେଇ ୧୦ ଭାଇ ୮୪ ଗୋଟି ଟିକରି ଗ୍ରାମରୁ ଆସି ସମାଗମ ହୋଇଥାନ୍ତି। ଆଦିବାସୀଙ୍କ ଏହି ନ୍ୟାରା ପରମ୍ପରା ପାଳନ ରେ ଅନନ୍ୟା ସଂସ୍କୃତିର ମହଲ ଦେଖିବାକୁ ମିଳିଥାଏ।
ଆଜି ଚକୋଟିଆ ଭୁଞ୍ଜିଆ ଜନଜାତି ମହିଳା ଓ ପୁରୁଷ ମାନେ ଏକତ୍ରିତ ହୋଇ ପର୍ବ ପାଳନ ରେ ନିଜକୁ ମଜି ଯାଇଥାନ୍ତି। ମାଟି ରୁ ଉତ୍ପାଦିତ ନୂତନ ଶସ୍ୟ କୁ ପୂଜା କରି ଘରେ ପ୍ରବେଶ କରିଥାନ୍ତି। ନୂତନ ଶସ୍ୟ କୁ ନୂଆଁଖାଇ ପର୍ବ ରେ ସୂଚିତ କରିବା ପାଇଁ ସମସ୍ତ ଙ୍କ ଦ୍ଵାରା ମୁହଁ ରେ ଝାଙ୍କର ଦେଇଥାନ୍ତି। ନୂତନ ମାଠିଆ, କୁଲା ସୂପା ଏବଂ ନୂଆଁ ଶସ୍ୟ ରୁ ଚୂଡା ପ୍ରସ୍ତୁତି ପାଇଁ କାଠ ତିଆରି କୁଟେନ୍ ଏବଂ ପାହାରୁନରେ ପୂଜା ସାମଗ୍ରୀ ମହିଳାମାନେ ନିଜ ରୋଷେଇ ଘର ସମ୍ମୁଖରେ ପିଠା,ମଣ୍ଡା ପ୍ରସ୍ତୁତ କରି, ମନ୍ଦିର ପରିସର ମଧ୍ୟରେ ପୁରୁଷ ନୂତନ ଖଞ୍ଜା ରେ ନୂତନ ଶସ୍ୟ କୁ ଚୂଡା ପ୍ରସ୍ତୁତ କରିଥାନ୍ତି। ମାଁ ସୁନାଦେଇ କାଲିଶି ଦେହ ରେ ଆସି ନୂତନ ଶସ୍ୟ ଗ୍ରହଣ କରନ୍ତି। ସମସ୍ତେ ଏକାଠି ନୂଆଁଖାଇ, ଭେଟଘାଟ ।
