ନିଆରା ମଣିଷ ଭାବେ ପରିଚିତ ତପନ ପତୀ
ଦଶରଥପୁର/ରିପୋର୍ଟର ମାନସ କୁମାର ସାହୁ ଭଞ୍ଜଦୂତ
ମାନବ ସମାଜ ପାଇଁ ସୁସ୍ଥ ପରିବେଶ ଜରୁରୀ ଅଟେ. ପରିବେଶ କୁ ସୁସ୍ଥ ରଖିବା ପ୍ରତ୍ୟେକ ନାଗରୀକଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ. ଆଜିର ଦୁନିଆରେ ଏ ମଣିଷ ପରିବେଶକୁ ନଷ୍ଟ କରି ଚାଲୁଥିବା ବେଳେ ଦଶରଥପୁର ଅଞ୍ଚଳର ଜଣେ କାର୍ଯ୍ୟରତ ଶିକ୍ଷକ ତପନ ପତୀ ନିଆରା ଢଙ୍ଗରେ ପରିବେଶକୁ ଭଲ ପାଉଥିବା ଦେଖିବାକୁ ମିଳିଛି. ବିରିପଟା ପଞ୍ଚାୟତ ସ୍ଥିତ ରମ୍ଭିଳା ଗ୍ରାମର ଶ୍ରୀଯୁକ୍ତ ପତୀ ରାସ୍ତା ପାର୍ଶ୍ଵରେ ଥିବା ପୈତୃକ ସମ୍ପତ୍ତି ରେ ମାଟି ପକାଇ ବିଭିନ୍ନ ପ୍ରକାରର ଗଛ ଆମ୍ବ, ନଡ଼ିଆ, ପିଜୁଳି, ଆକାଶୀ ଇତ୍ୟାଦି ଫଳ ଫଳାଇବା ରେ ସଫଳ ହେବା ସହ ତା ମଧ୍ୟରେ ଗାୟତ୍ରୀ ସାଧନା ପୀଠ ଆଶ୍ରମ ଗଢି ତୋଳିଛନ୍ତି. ମନରେ ଦୁଃଖ କଷ୍ଟ ବିଷାଦ ଥିଲେ ସେ ସ୍ଥାନକୁ ଗଲେ ମନରେ ଶାନ୍ତି ଆସିଥାଏ ବୋଲି କୁହନ୍ତି ଶ୍ରୀଯୁକ୍ତ ପତୀ. ପ୍ରତ୍ୟେକ ମଣିଷ ୪ଗୋଟି ଗଛ ର ଆବଶ୍ୟକତା ଅଛି. ସେହି ତୁଳନାରେ ଗଛର ସଂଖ୍ୟା କମି ଯାଉଥିବାରୁ ମଣିଷ ସମାଜ ପାଇଁ ବିପଦ ମାଡ଼ି ଆସୁଛି. ଆମ୍ଭେ ସମସ୍ତେ କିଛି ଗଛ ରୋପଣ କରିବା ସହ ତାର ଯତ୍ନ ନେବା ଉଚ଼ିତ୍.ସେ ଖାଲି ପରିବେଶକୁ ଭଲ ପାଆନ୍ତି ତାହା ନୁହେଁ ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବେ ବେଶ୍ ପରିଚିତ. ଏ ଜାତିର ସଂସ୍କୃତି ଓ ପରମ୍ପରା କୁ ଉଦ୍ଜୀବିତ କରି ରଖିବା ପାଇଁଁ ଦିନ ରାତି ଅହରହ ପରିଶ୍ରମ ଜାରି ରଖିଛନ୍ତି. ସରଳ, ଅମାୟିକ, ପରୋପକାରୀ ସମାଜ ସେବା କରିବା ପାଇଁ ଏ ଅଞ୍ଚଳରେ ବେଶ୍ ପରିଚିତ. ପତୀ ଙ୍କ ଏତାଦୃଶ କାର୍ଯ୍ୟ ଯୁବପିଢୀ ଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି.
