ବଲାଙ୍ଗିର (ବିନୟ କୁମାର ନନ୍ଦ) : ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁସାରେ ଏବଂ ଜିଲ୍ଲା ନ୍ୟାୟାଧିଶ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଡ. ପବିତ୍ର ମୋହନ ସାମଲଙ୍କ ଅନୁମତିକ୍ରମେ, ଅଦ୍ୟ ତା ୨୧.୦୮.୨୦୨୫ ରିଖ, ଜାମୁଟ୍ ପଂଚାୟତ କାର୍ଯ୍ୟାଳୟ ପରିସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଜନ ହିତଧିକାରୀ ଯୋଜନା ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ପବିତ୍ରାନନ୍ଦ ପ୍ରଧାନ ଯୋଗଦେଇ ରାଷ୍ଟ୍ରର ପ୍ରତ୍ୟେକ ନାଗରିକର ବଞ୍ଚିବାର ଅଧିକାର ବିଷୟରେ ଅଲୋକପାତ କରିବା ସହିତ ଆଇନ ସେବା ପ୍ରାଧିକରଣର ଭୂମିକା ଓ ଆଇନ ସେବା ଯୋଗାଇ ଦେବା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଶିବିରରେ ଶ୍ରୀଯୁକ୍ତ ରାମଦତ ଭୋଇ, ବ୍ଳକ ଉନ୍ନୟନ ଅଧିକାରୀ, ଗୁଡ଼ଭେଲା ଯୋଗ ଦେଇ ରାଜ୍ୟ ସରକାରଙ୍କର ଜନହିତଧିକାରୀ ଯୋଜନା ଉପରେ ଜନସାଧାରଣମାନଙ୍କୁ ଅବଗତ କରାଇଥିଲେ । ଶ୍ରୀମତୀ ସୁମିତ୍ରା ଖରସେଲ, SSS, ବଲାଙ୍ଗିର, ଶ୍ରୀମତୀ ସସ୍ମିତା ହୋତା, SSS-O ବଲାଙ୍ଗିର ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଜନହିତଧିକାରୀ ଯୋଜନା ଉପରେ ଜନସାଧାରଣମାନଙ୍କୁ ଅବଗତ କରାଇଥିଲେ । ଏହି ଶିବିରରେ ଶ୍ରୀଯୁକ୍ତ କେଶବ ବେହେରା, ALO ବଲାଙ୍ଗିର ଯୋଗ ଦେଇ ଶ୍ରମ ବିଭାଗର ବିଭିନ୍ନ ଯୋଜନା ଉପରେ ଲୋକମାନଙ୍କୁ ସୁଚନା ଦେଇଥିଲେ । ଶିବିରରେ ଶ୍ରୀଯୁକ୍ତ ସିଦ୍ଧାର୍ଥ ସେଠ, BSSO, ବଲାଙ୍ଗିର, ଅକ୍ଷୟ କୁମାର ମାଝି, PEO ଜାମୁଟ୍ ଯୋଗଦାନ ଦେଇଥିଲେ ।
