ନୂଆପଡା ( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ କଟିଙ୍ଗପାନୀ ଗ୍ରାମରେ ବୟସ୍କ ମହିଳା ଭୂରି ମାଝୀ ଙ୍କୁ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ସାକ୍ଷାତ କରିଥିଲେ। ଉଭୟ ଭାବ ବିନିମୟ କରିବା ସହ ସରକାରୀ ଯୋଜନା ଲୋକଙ୍କ ନିକଟ କୁ ସିଧାସଳଖ ରୂପେ ପହଞ୍ଚିବା ନେଇ ପଚାରି ବୁଝି ଥିଲେ। ବିଶେଷ ରୂପେ ସେ ପ୍ରଧାନମନ୍ତ୍ରୀ ଜନମନ ଯୋଜନା ରେ ୩୯୧ ଆବାସ ଗୃହ ପ୍ରଦାନ ହୋଇଥିବା ବେଳେ ୩୫୫ ଗୋଟି ଆବାସ ଗୃହ ସମ୍ପୂର୍ଣ ହୋଇଅଛି। ସାମୁହିକ ଗୃହ ପ୍ରବେଶ ଉତ୍ସବ ପାଳିତ କରିଛନ୍ତି। ଜିଲ୍ଲାପାଳ ଙ୍କୁ ନିଜ ପାଖ ରେ ପାଇ ବୟସ୍କ ମହିଳା ଆଶା ଓ ଆକାଂକ୍ଷା ପୂରଣ ହେବା ଦୃଢ଼ ବିଶ୍ୱାସ ନେଇ ମହିଳା ଉତ୍ସାହିତ ରହିଛନ୍ତି।
