ନୂଆପଡା( ମିଖାଏଲ ନନ୍ଦ) : ନେସନାଲ କଲେଜ୍ ନୂଆପଡ଼ା ଠାରେ ମହିଳା ସୁରକ୍ଷା ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିର ରେ ନୂଆପଡ଼ା ଥାନା ଅଧିକାରୀ ଯୋଗ ଦେଇଥିବା ବେଳେ ରାଜନୀତି ବିଜ୍ଞାନ ମୁଖ୍ୟ ଶ୍ରୀମତୀ ମମତା ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଛିଅଛି। ,ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ କଲେଜ୍ ଅଧ୍ୟକ୍ଷ ହିତେଶ କୁମାର ସାହୁ , ସମ୍ମାନିତ ଅତିଥି ରୂପେ ଇଂରାଜୀ ଅଧ୍ୟାପକ ଶ୍ରୀ ବିଧାନ ଚନ୍ଦ୍ର ମିଶ୍ର, , ଶ୍ରୀମତୀ ନନ୍ଦିନୀ ମଞ୍ଜରି ହୋତା, ଡ. ମୀନାକ୍ଷୀ ଦାସ, ଡ. ପ୍ରଣତୀ ପଣ୍ଡା, ଗୀତ ସେଠ୍, ପ୍ରକାଶ କୁମାର ସାହୁ, ନୂଆପଡ଼ା ପୋଲିସ ଆଇଆଇସି ଶ୍ରୀ ଗଙ୍ଗାଧର ମେହେର, ଓ ବବିତା ମହାଭୋଇ ଉପସ୍ଥିତ ଥିଲେ, ସମସ୍ତଙ୍କ ମନ୍ତ୍ରମୁଗ୍ଧ ଅଭିଭାଷଣ ଜରିଆରେ ସଚେତନ କରିଥିଲେ। ଛାତ୍ରୀମାନଙ୍କ ଉତ୍ସାହ ପରିଲକ୍ଷିତ ହୋଇଥିଲା, ପ୍ରକାଶ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲା ବେଳେ ଡ. ପ୍ରଣତୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
