ସୋର(ଜ୍ୟୋତି ପ୍ରକାଶ ଦୀକ୍ଷିତ): ପରିବାର ଲୋକଙ୍କ ଅସାବଧାନତା ଯୋଗୁଁ ଖେଳୁ ଖେଳୁ ପୋଖରୀ ପଡ଼ି ଜଣେ ଶିଶୁ ପୁତ୍ରର ଅକାଳ ମୃତ୍ୟୁ ,ମୂଳିସିଂ ଗ୍ରାମକୁ ସ୍ତବ୍ଧ କରିଦେଇଛି। ସୋର ଥାନା ମୁଳିସିଂ ଗ୍ରାମର ଜଣେ ଦେଢ଼ ବର୍ଷର ଶିଶୁପୁତ୍ର ଖେଳୁଥିବା ବେଳେ ଘର ପାଖ ପୋଖରୀରେ ପଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ସୁଚନା ଅନୁସାରେ ଏହି ଗ୍ରାମର କୃଷ୍ଣ ହାଡିଙ୍କ ଦେଢ଼ ବର୍ଷର ଶିଶୁ ପୁତ୍ର ଦେବାଶିଷ ଘର ନିକଟରେ ଖେଳୁଥିବା ବେଳେ ନିକଟରେ ଥିବା ପୋଖରୀରେ ପଡିଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରି ପୋଖରୀରୁ ଦେବାଶିଷକୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
