ରେଢ଼ାଖୋଲ (ଭିକାରୀ ଚରଣ ପ୍ରଧାନ) : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ସହରର ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ରେଢ଼ାଖୋଲ ବ୍ଲକ ଅଧ୍ୟକ୍ଷ ପ୍ରଦୀପ କୁମାର ପ୍ରଧାନ, ଏନଏସି ଅଧ୍ୟକ୍ଷ ଶିବରାମ ସାହୁ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରଶାନ୍ତ କୁମାର ମେହେର, ଥାନା ଅଧିକାରୀ ଚନ୍ଦ୍ର ମୋହନ ସିଂ, ବିଡ଼ିଓ ରାଜେନ୍ଦ୍ର ସେନାପତି, ତହସିଲଦାର ପ୍ରଭାତ ରଞ୍ଜନ ବିଶ୍ୱାଳ, ଏନଏସି ନିର୍ବାହୀ ଅଧିକାରୀ ପ୍ରମୁଖ ସମେତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ, ବୁଦ୍ଧିଜୀବି ଆଇନଜୀବି, ସାଧାରଣ ଜନତା ଉପସ୍ଥିତ ରହିଥିଲେ। ଏହି ସ୍ୱାଧୀନତା ଦିବସ ଉତ୍ସବରେ ସମ୍ବିଧାନ ହେଉଛି ଯେ କୌଣସି ଦେଶ ପାଇଁ ସର୍ବୋଚ୍ଚ ଆଇନ ବିବିଧତା ମଧ୍ୟରେ ଏକତା ହେଉଛି ଦେଶର ସର୍ବୋଚ୍ଚ ପରିଚୟ, ଅନେକ ଜାତି, ଭାଷା, ଧର୍ମ, ବିଶ୍ୱାସ, ସଂସ୍କୃତି ଓ ପରମ୍ପରା ଦେଶକୁ ମହାନ ଓ ସମୃଦ୍ଧ କରିଛି ବୋଲି ଉପଜିଲ୍ଲାପାଳ ଶ୍ରୀ ମହନ୍ତ ଅଭିଭାଷଣ କରିଥିଲେ। ମୁଖ୍ୟ ଅତିଥି ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ପ୍ୟାରେଡ କମାଣ୍ଡର ଭାବେ ବିଶ୍ୱମ୍ବର ବହିଦାର ଏବଂ ଦ୍ୱିତୀୟ କମାଣ୍ଡର ଭାବେ ରାଜା ପ୍ରଧାନ ପ୍ୟାରେଡ ପରିଚାଳନା କରିଥିଲେ। ପୂର୍ବରୁ ଭୋର ସକାଳୁ ମୁଖ୍ୟ ଅତିଥି ଏବଂ ଅନ୍ୟ ଅତିଥି ମାନେ ସହରରେ ଅବସ୍ଥାପିତ ବିଭିନ୍ନ ମହାପୁରଷ ଙ୍କ ପ୍ରତମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।ମିନି ଷ୍ଟାଡିୟମ ଠାରେ ଉପଖଣ୍ଡ ପ୍ରଶାସନ ବନାମ ସାଧାରଣ ଜନତାଙ୍କ ମଧ୍ୟରେ ଏକ ପ୍ରଦର୍ଶନୀ ଫୁଟବଲ୍ ମ୍ୟାଚ୍ ଆୟୋଜିତ ଅନୁଷ୍ଠିତ ହୋଇଥିଲା
ସ୍ଥାନୀୟ ଥାନା ଅଧିକାରୀ ଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା lଏହି ଉତ୍ସବର ସମସ୍ତ କାର୍ଯ୍ୟ ରେଢ଼ାଖୋଲ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ଚନ୍ଦ୍ରମା ମରାଇ, ଉପଜିଲ୍ଲାପାଳ କାର୍ଯ୍ୟାଳୟ କର୍ମଚାରୀ ରାଜେଶ ସାହୁ, ଭାସ୍କର ପ୍ରଧାନ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।
