ଯାଜପୁର/ରସୁଲପୁର (ସରୋଜ କୁମାର ଧଳ) : ରସୁଲପୁର , ଯଶୋବନ୍ତ ନାରାୟଣ ନାୟକ -ରସୁଲପୁର ବ୍ଲକ ଅନ୍ତର୍ଗତ କଲଣ ପଞ୍ଚାୟତ ର ଶୂଳିଆ ଗ୍ରାମର ଦୈତାରୀ ନାୟକ ଙ୍କ ବଡ଼ ପୁଅ ଧର୍ମେନ୍ଦ୍ର ନାୟକ (ବଣ୍ଟି) ଭାରତୀୟ ସୈନ୍ୟ ବାହିନୀରେ କାର୍ଯ୍ୟ କରୁଥିଲେ। ଗତ ରାକ୍ଷୀପୂର୍ଣିମା ରେ ସୁଦୂର ରାଜସ୍ଥାନ ରୁ ଭଉଣୀ ଠାରୁ ରାକ୍ଷୀ ପିନ୍ଧିବା ପାଇଁ ଛୁଟି ନେଇ ବହୁ ଖୁସିରେ ଘରକୁ ଆସିଥିଲେ।ରାକ୍ଷୀ ପୁର୍ଣିମା ରେ ଭଉଣୀ ଠାରୁ ରାକ୍ଷୀ ପିନ୍ଧି ସାରି ଗତ ଶନି ବାର ନିଜର କାର୍ଯ୍ୟସ୍ଥଳ ରାଜସ୍ଥାନ କୁ ଟ୍ରେନ ଯୋଗେ ଫେରି ଯାଇଥିଲେ। କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା। ରାଜସ୍ଥାନର ଯୋଦ୍ଧପୁର ଠାରେ ରାତିରେ ଟ୍ରେନରୁ ଓଲ୍ହାଇବା ବେଳେ ତଳେ ପଡି ଗୁରୁତର ଆହାତ ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁତୁରନ୍ତ ନିକଟସ୍ଥ ଡାକ୍ତରଖାନା କୁ ନିଆ ଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଶୂଳିଆ ଗ୍ରାମର ଦୈତାରୀ ନାୟକ ଙ୍କ ଦୁଇ ପୁଅ ଭାରତୀୟ ସୈନ୍ୟ ବାହିନୀ ରେ କାର୍ଯ୍ୟରତ ଥିଲେ। ସାନପୁଅ ମଧ୍ୟ ଭାରତୀୟ ସେନାରେ ଅଗ୍ନିବୀର ଭାବେ କାର୍ଯ୍ୟରତ। ଧର୍ମେନ୍ଦ୍ରଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ରୁ ଆସି ଜାରକା ଠାରେ ପହଂଚିବା ପରେ ସେଠାରୁ ଏକ ବିରାଟ ଶୋଭଯାତ୍ରାରେ ନେଇ ଗ୍ରାମ ଶ୍ମସାନ ରେ ଗାର୍ଡ ଅଫ ଅନର ଦିଆଯାଇଥିଲା। ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ସ୍ମସାନ ରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା। ଶୋଭାଯାତ୍ରା ରେ ଯାଜପୁର ପୋଲିସ, ସୈନ୍ୟ ବାହିନୀର ଯବାନ,ପ୍ରଶାସନିକ ଅଧିକାରୀ ଙ୍କ ସହ ବହୁ ଜନତା ଯୋଗ ଦେଇ ତାଙ୍କର ପାର୍ଥିବ ଶରୀର କୁ ଶେଷ ସନମାନ ଦେଇଥିଲେ।
