
ନୂଆପଡା ( ମିଖାଏଲ ନନ୍ଦ) :
ନୂଆପଡ଼ା ଜିଲ୍ଲା ଅର୍ନ୍ତଗତ ଖଡିଆଳ ବ୍ଲକ ଗଡରାମୁଣ୍ଡା ଗ୍ରାମ ସ୍ଥିତ
ଖଡ଼ିଆଳ ଲୋକଦୃଷ୍ଟି କଲେଜରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଅଛି। ସଭାରେ କଲେଜ୍ ଅଧ୍ୟକ୍ଷା ସ୍ୱେତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା ରେ ପ୍ରାକ୍ତନ ଅଧ୍ୟକ୍ଷ ମେଜର ଡଃ ରାମ ଚନ୍ଦ୍ର ମିଶ୍ର, ସ୍ଵେଚ୍ଛାସେବୀ ଭୁବନେଶ୍ୱର ରାଉତ ପ୍ରମୁଖ ଯୋଗ ଦେଇ ଆଭ୍ୟନ୍ତରୀଣ କମିଟିର ଭୂମିକା, କ୍ଷମତା ଏବଂ ପରିଚାଳନା ନେଇ ପୋସ୍କୋ ତଥା ଯୌନ ନିରାକରଣ ଆଇନ ଉପରେ ସଚେତନ କରାଇଥିଲେ । ଛାତ୍ରୀ ରୁବି ବେହେରା, ଛାତ୍ର ଲକ୍ଷ୍ମୀ ତାଣ୍ଡି ତାଙ୍କର ବକ୍ତବ୍ୟ ରଖିଥିଲେ । କମିଟିର ସଭାପତି ଅଧ୍ୟାପିକା ନିତମ୍ବିନି ବେହେରା, ନିବେଦିତା ନାଏକ, ରଶ୍ମିତା ସୁନା, ରେଶବ ଶେଖର ପାଣିଗ୍ରାହୀ, ଡଃ ଶୋଭିତ ମିଶ୍ର, ଚୂଡାମଣି ସାହୁ, ଉଦିତ ତାଣ୍ଡି, ପିୟୁସ ବାରିକ, ରିପିତେଶ ମେହେର ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ ।ଅଧ୍ୟାପକ ହେମରଞ୍ଜନ ପୋଢ଼ ଧନ୍ୟବାଦ ଅର୍ପଣ କରିଥିଲେ ।