
ଯାଜପୁର (ସରୋଜ କୁମାର ଧଳ) :ଯାଜପୁର ରୋଡ ଠାରେ ନିର୍ମାଣଧୀନ ଗଳିପୋଲ କାର୍ଯ୍ୟ ର ଵ୍ୟାପକ ଅନିୟମିତତା ପ୍ରତିବାଦରେ କୋରେଇ ସଂଗ୍ରାମ ସମିତି ପକ୍ଷରୁ ଅଗଷ୍ଟ ୯ କ୍ରାନ୍ତି ଦିବସରେ ରେଳଷ୍ଟେସନ ସମ୍ମୁଖ ରେ ଗଣଧାରଣା ର ପ୍ରସ୍ତୁତି ହେବା ପରେ ଆଜି ଅପରାହ୍ନ ରେ ଖୋର୍ଦ୍ଧା ଡିଭିଜନ ଉତ୍ତର -ପୂର୍ବ ର ବରିଷ୍ଠ ପରିଚାଳକ ଓ ବରିଷ୍ଠ ଡିଭିଜନ ଯନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ଏକ ପ୍ରତିନିଧି ଦଳ ଓ କୋରେଇ ସଂଗ୍ରାମ ସମିତି ର ନେତୃତ୍ୱ ଘଟଣା ସ୍ଥଳ ପରିଦର୍ଶନ ଓ ଅନିୟମିତତା କାର୍ଯ୍ୟ କୁ ପରଖି ଥିଲେ, ଏ ସମସ୍ତ କାର୍ଯ୍ୟ ର ସୁଧାର କରିବା ସହିତ ବିଭାଗୀୟ ଅଧିକାରୀ ଙ୍କ ଦ୍ୱାରା ଦୁର୍ନୀତି ର ତଦନ୍ତ କରିବା କୁ ନେଇ ଲିଖିତ ଚିଠି ଦେଇଥିଲେ, ଇଷ୍ଟକଷ୍ଟ ରେଳ ବିଭାଗ ପକ୍ଷରୁ ବରିଷ୍ଠ ଯନ୍ତ୍ରୀ ଏ, ଭେ କଣ୍ଟ ରାଓ, ଆର, ପି, ଏଫ, ଅଧିକାରୀ କେ, ଏସ,ଭଞ୍ଜ ଓ ଭାରପ୍ରାପ୍ତ ଅଧିକାରୀ ପପୁ କୁମାର ନାୟକ, ଜି, ଆର, ପି, ଅଧିକାରୀ ସୁଶାନ୍ତ କୁମାର ସେଠି ଓ କୋରେଇ ସଂଗ୍ରାମ ସମିତି ସଭାପତି ବିଦ୍ୟାଧର ମହାନ୍ତି ସମ୍ପାଦକ ଅଭିମନ୍ୟୁ ମିଶ୍ର, ନାରାୟଣ ଚନ୍ଦ୍ର ନାୟକ, ନିରଞ୍ଜନ ପରିଡା, ପବିତ୍ରରଞ୍ଜନ ମହାନ୍ତି, ପରୀକ୍ଷିତ ମଳିକ ପଦ୍ମନାଭ ନାୟକ ପ୍ରମୁଖ ମିଳିତ ଆଲୋଚନା ରେ ଉପସ୍ଥିତ ଥିଲେ। ଶେଷରେ ଲିଖିତ ପ୍ରତିଶୃତି ଦେବା ପରେ କୋରେଇ ସଂଗ୍ରାମ ପକ୍ଷରୁ ଏକ ମାସ ପାଇଁ ଗଣ ଧାରଣା ସ୍ଥଗିତ ଘୋଷଣା କରାଯାଇଥିଲା।