ନୂଆପଡା( ମିଖାଏଲ ନନ୍ଦ):ନୂଆପଡା ଡିଷ୍ଟ୍ରିକ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଠ (ଏନଡିୟୁଜେ) ସଂଘର ଏକ ସାଧାରଣ କାର୍ଯ୍ୟ କାରିଣୀ ବୈଠକ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ତିଖାଳି ଠାରେ ବୁଧବାର ଅନୁଷ୍ଠିତ ହୋଇ ଯାଇଛି । ସଂଘ ଉପ ସଭାପତି ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ସମସ୍ତ ସଭ୍ୟଙ୍କ ପ୍ରସ୍ତାବ ଅନୁଯାୟୀ ଆଲୋଚନା କରା ଯାଇଥିଲା । ସଂଘ କୁ ସୁଦୃଢ କରିବା ପାଇଁ ସମସ୍ତ ସଦସ୍ୟ ଆଗେଇ ଆସିବା ସହ ବିଭିନ୍ନ ସମୟରେ ଖବରଦାତା ମାନେ ଖବର ସଂଗ୍ରହ କରିବା ପାଇଁ ଯାଉଥିବା ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତାହାର ସୁରକ୍ଷା ପାଇଁ ରାଜ୍ୟ ସରକାର ଠାରେ ଦାବିପତ୍ର ଦେବା ପାଇଁ ନିଷ୍ପତି ନିଆଯାଇଛି । ସାମ୍ବାଦିକ ମାନଙ୍କୁ ଅନ୍ୟ ରାଜ୍ୟ ମାନଙ୍କରେ ପେନସନ ବ୍ୟବସ୍ଥା କରି ସାରଥିବା ବେଳେ ଆମ ରାଜ୍ୟରେ ହୋଇ ପାରିନାହିଁ । ଏହି ସମ୍ବନ୍ଧରେ ରାଜ୍ୟ ସରକାରଙ୍କୁ ଅବଗତ କରିବା ପାଇଁ ଆଲୋଚନା କରା ଯାଇଥିଲା ।ଜିଲ୍ଲା ସଦର ମହକୁମାରେ ସାମ୍ବାଦିକ ମାନଙ୍କ ଆଶ୍ରୟ ନେବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଗ୍ରାମାଂଚଳର ସାମ୍ବାଦିକ ମାନେ ଜିଲା ସଦର ମହକୁମାକୁ ଖବର ସଂଗ୍ରହ କରିବା ପାଇଁ ଯାଉଛନ୍ତି କିମ୍ବା ପର୍ବ ପର୍ବାଣୀ,ସରକାରୀ,ବେସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇ ଯାଉଛନ୍ତି । ରାତି ହୋଇ ଗଲେ ଦୂର ଦୂରନ୍ତକୁ ଯିବା ପାଇଁ ବହୁତ ଅସୁବିଧା ହେଉଛି । ସାମ୍ବାଦିକ ମାନେ ବାଧ୍ୟ ହୋଇ ଲଜ କିମ୍ବା ଅନ୍ୟ କାହାର ସାହାରା ନେଇ ରହୁଛନ୍ତି। ଜିଲା ସଦର ମହକୁମାରେ ଏକ ସାମ୍ବାଦିକ ଭବନ ନିର୍ମାଣ ପାଇଁ ଜିଲା ପ୍ରଶାସନ କୁ ଅବଗତ କରିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତି ନିଆ ଯାଇଛି । ଆଗାମୀ ଦିନରେ ଜିଲା ପ୍ରଶାସନ ଠାରେ ସବୁ ସମସ୍ୟା ଉପରେ ଏକ ଦାବିପତ୍ର ପ୍ରଦାନ କରାଯିବ । ସଂଘ ସମ୍ପାଦକ ମକାରୁ ବେମାଲ ସଭା ପରିଚାଳନା କରିଥିଲେ । ଏହି ସମୟରେ ସଂଘ ପୂର୍ବତନ ସଭାପତି ସୁଶାନ୍ତ କର,ବୋଡେନ ବ୍ଲକ ସଭାପତି ଗଣେଶ ବାଗ,ଖଡିଆଳ ବ୍ଳକ ସଭାପତି ମାଇକଲ ନନ୍ଦ,କୋମନା ବ୍ଳକ ସଭାପତି ରଞ୍ଜିତ ପଣ୍ଡା,ଭାଗ୍ୟବାନ ମାଝି,ରମାକାନ୍ତ ବନଛୋର, ହରେରାମ କରୁଆ,ଉପେନ୍ଦ୍ର ମଟାରୀ,ସନ୍ତୋଷ କୁମାର ପଟ୍ଟନାୟକ,ଦିନେଶ ଛତ୍ରିଆ,ଉପେନ୍ଦ୍ର ବାଗ, ପ୍ରକାଶ ସଗରିଆ, ଯୁଜେଷ୍ଟି ଦୀପ, ହିତେଶ କୁମାର ବାଗ, ପ୍ରମୁଖ ଓ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
