
ବସ୍ତା (ସେଖ ଆଜାରୁଦ୍ଦିନ) : ସ୍ତ୍ରୀକୁ କୁରାଢ଼ିରେ ଆକ୍ରମଣ କଲା ସ୍ୱାମୀ, ଥାନାରେ ମାମଲା ସ୍ୱାମୀ ଅଟକ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଇଟାପଟୁଆ ଗ୍ରାମରେ, ଗ୍ରାମର ଜୟ କୃଷ୍ଣ ମାଝି ରୀନା ମାଝିକୁ ୧୧ବର୍ଷ ପୂର୍ବେ ବୈଦିକ ରୀତିରେ ବିବାହ କରିଥିଲେ, ବିବାହ ପରଠାରୁ ସ୍ୱାମୀ ଜୟ କୃଷ୍ଣ ସ୍ତ୍ରୀ ରୀନାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ, ଏ ବିଷୟରେ ରୀନା ପରିବାର ଶାଶୁ ଶଶୁରଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନ ଥିଲା, ବାପ ଘର ଗରିବ ହୋଇଥିବାରୁ ରୀନା ଏ ବିଷୟ ଜଣାଇଥିଲେ ମାତ୍ର କୌଣସି ସମାଧାନ ନ ହେବାରୁ ରୀନା ପର ଘରେ ମୂଲ ଲାଗି ପିଲାମାନଙ୍କୁ ପୋଷି ଆସୁଥିଲେ ଅନ୍ୟ ପଟେ ସ୍ୱାମୀ ଜୟକୃଷ୍ଣ ଶାଶୁଙ୍କ କଥାରେ ପଡି ଦ୍ଵିତୀୟ ବିବାହ କରିଥିଲେ ଏବଂ ରୀନାକୁ ବିଭିନ୍ନ ସମୟରେ ନିର୍ଯାତନା ଦେଇ ଆସୁଥିଲେ, ଦୁଇ ବର୍ଷ ହେବ ଜୟକୃଷ୍ଣ ଦ୍ଵିତୀୟ ସ୍ତ୍ରୀ କୁ ଧରି ହାଇଦ୍ରାବାଦ ପଳାଇଥିଲେ। ତେବେ କିଛି ଦିନ ତଳେ ଜୟ କୃଷ୍ଣ ଘରକୁ ଫେରିଥିଲା ବେଳେ ଗତ କାଲି ରୀନା ରହୁଥିବା ଘରେ ପଶି ରୀନାକୁ ଏକ କୁରାଢ଼ୀରେ ଆକ୍ରମଣ କରିଥିଲେ ଓ ତାଙ୍କ ଛୁଆକୁ ମାଡ଼ ମାରିଥିଲେ। ଏହି ଆକ୍ରମଣରେ ରୀନା ଆହତ ହୋଇ ଆଜି ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରି ଥିଲା ବେଳେ ବାଲିଆପାଳ ପୋଲିସ ସ୍ୱାମୀ ଜୟକୃଷ୍ଣକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରୀ ରଖିଛି।