ବଡ଼ କଳାକୋଟ ଆଶ୍ରମ ବିଦ୍ୟାଳୟରେ ଦୁଇଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବ
ଗଜପତି (ଟିକି ଲିମା )
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବଡ଼ କଳାକୋଟ ପଞ୍ଚାୟତସ୍ଥିତ ଏସ୍ଏସ୍ଡି ଉଚ୍ଚ ବିଦ୍ୟାଳୟ, ବଡ଼ କଳାକୋଟ ଆଶ୍ରମ ବିଦ୍ୟାଳୟ ପରିସରରେ ଦୁଇଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ଆୟୋଜିତ ହୋଇଯାଇଛି।
ଏହି କ୍ରୀଡ଼ା ଉତ୍ସବରେ ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଉତ୍ସାହର ସହ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇ ନିଜର କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମାଉଡ଼ି ଯୋଗଦେଇ ଦୁଇଦିନିଆ କ୍ରୀଡ଼ା ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ।
କ୍ରୀଡ଼ା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଶାରୀରିକ ଓ ମାନସିକ ବିକାଶ ସହ ଶୃଙ୍ଖଳା, ଏକତା, ଧୈର୍ଯ୍ୟ ଏବଂ ପ୍ରତିଯୋଗିତା ମନୋଭାବର ବିକାଶ ହୋଇଥାଏ। ଏହା କେବଳ ଜିତିବା କିମ୍ବା ହାରିବାର ପ୍ରତିଯୋଗିତା ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାର ଏକ ଉତ୍ତମ ମାଧ୍ୟମ ବୋଲି ଏହି ଉତ୍ସବର ମହତ୍ତ୍ୱ ରହିଛି।
ବିଦ୍ୟାଳୟର ପିଟି ଶିକ୍ଷକ ସୁବେନ୍ଦୁ ରାଜ ବାରିକ ପ୍ରତିଯୋଗିତାଗୁଡ଼ିକୁ ସୁଚାରୁରୂପେ ପରିଚାଳନା କରିଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।
ଶେଷରେ ସମସ୍ତଙ୍କ ମିଳିତ ସହଯୋଗରେ ଦୁଇଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବ ସଫଳତାର ସହ ସମ୍ପନ୍ନ ହୋଇଥିଲା।
