ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ଭବାନୀପାଟଣା ଟାଉନ ପୋଲିସର ସାଇବର ସଚେତନତା କାର୍ଯ୍ୟକ୍ରମ
ଭବାନୀପାଟଣା, ୨୮/୧୧ (କଲାହାଣ୍ଡି,କିଶନ ଶର୍ମା)- ସ୍ଥାନୀୟ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ଭବାନୀପାଟଣା ଟାଉନ ପୋଲିସର ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଦ୍ୟୁମ୍ନ ମହାପାତ୍ରା ମୁଖୟ ଅତିଥି ଭାବରେ ଯୋଗଦାନ କରି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସାଇବର ସଚେତନତାର ବାର୍ତ୍ତା ଦେବା ସହ ପ୍ରତିଟି ମୁହୁର୍ତ୍ତରେ ସାଇବର ସମ୍ପର୍କିତ ସୁରକ୍ଷା ଗ୍ରହଣ କରିବା ସହ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ପରମେଶ୍ୱର ମୁଣ୍ଡ ଏହି କାର୍ଯ୍ୟକ୍ରମକୁ ବର୍ତ୍ତମାନ ସମୟର ଆବଶ୍ୟକତା ଏବଂ ଯୁବ ସଚେତନତା ପ୍ରତି ଏହା କଳାହାଣ୍ଡି ପୋଲିସର ଏକ ଜନାଭିମୁଖି ଏବଂ ସମାଜ ସଂସ୍କାର ମୂଳକ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ। ସାଇବର ସୁରକ୍ଷା ଅଧିକାରୀ ବୈଦ୍ୟନାଥ ନାୟକ, ବଂଶିଧର ସାମଲ, ସାଇବର ସଚେତନତାର ବିଭିନ୍ନ ଦିଗ ଉପରେ ଛାତ୍ରଛାତ୍ରୀମାନଙ୍କୁ ଉଦାହରଣ ଦେଇ ସଚେତନ କରାଇଥିଲେ। ବୋଡେନ୍ ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜର ଅଧ୍ୟାପକ ଡ. କିଶୋର କୁମାର କର୍ଣ୍ଣ କଳାହାଣ୍ଡି ପୋଲିସର ସଚେତନମୂଳକ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା ସହ ଟାଉନ ଥାନା ଅଧିକାରୀଙ୍କୁ ଧନ୍ୟବାଦ ଦେଇଥିଲେ। ଅଧ୍ୟାପକ ପ୍ରତାପ ଚନ୍ଦ୍ର ଦାଶ ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ପୁରିତ ରଣା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ସମୁଦାୟ ୨୨୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ସମ୍ପର୍କିତ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜନ ହୋଇଥିବା ବେଳେ ଭବାନୀପାଟଣା ଟାଉନ ପୋଲିସ ତରଫରୁ ସଫଳ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ପରେ ଏକ ସଚେତନତା ର୍ୟାଲି ଆୟୋଜନ କରାଯାଇଥିଲା। ଟାଉନ ପୋଲିସର ଅନେକ କର୍ମଚାରୀ ସହ ଅଧ୍ୟାପିକା ମନ୍ଦାକିନୀ ପ୍ରଧାନ, କେଶନୀ ପାୟଲ ମହାନନ୍ଦ, ମହିମା ଖାତୁନ, ଅଧ୍ୟାପକ ଫାଲଗୁନି ପ୍ରଧାନୀ, ଅନୁକୁଲ ସାହାଣି, ନାଜନିନ ସୁଲତାନା, ଦୀନବନ୍ଧୁ ନାଗ, ସୁନିଲ କୁମାର ଗହିର, ମାନସ ରଞ୍ଜନ ଠାକୁର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
