*ସାଗର ସିମେଣ୍ଟ ପକ୍ଷରୁ ଦାନଗଦି ବ୍ଲକ ର ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ସହିତ ମେଧାବୃତ୍ତି l*
ଯାଜପୁର କଳିଙ୍ଗନଗର ଭଞ୍ଜଦୁତ ବ୍ୟୁର : ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ସାଗର ସିମେଣ୍ଟ ଲିମିଟେଡ୍ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ ଓ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମେରିଟ୍ ସ୍କଲାରସିପ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ସ୍ୱର୍ଗତ ଶ୍ରୀ ସମ୍ମିଦି ବୀରା ରେଡ୍ଡୀଙ୍କ ପବିତ୍ର ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ଏହି ସମାରୋହରେ ୨୦୨୬ ମସିହାରେ ଦଶମ ଶ୍ରେଣୀ ପାସ୍ କରିଥିବା ଦାନଗଦୀ ଓ ସୁକିନ୍ଦା ବ୍ଲକର ୧୭ଟି ସରକାରୀ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ମେଧାବୃତ୍ତି ଓ ପୁରସ୍କାର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଛାତ୍ରଛାତ୍ରୀ ଙ୍କୁ ୨୦ ହଜାର ଟଙ୍କା, ଦ୍ୱିତୀୟ ସ୍ଥାନ ପାଇଁ ୧୫ ହଜାର ଟଙ୍କା ଏବଂ ତୃତୀୟ ସ୍ଥାନ ପାଇଁ ୧୦ ହଜାର ଟଙ୍କାର ମେଧାବୃତ୍ତି ପ୍ରଦାନ କରାଯାଇଛି। ସମାରୋହରେ ସାଗର ସିମେଣ୍ଟର ମୁଖ୍ୟ ଅତିଥି ଭାବେ ରମେଶ ଚନ୍ଦ୍ର ସାହୁ, ମୁଖ୍ୟବକ୍ତା ଭାବେ ଯୁଗପ୍ରଭା ସାବତ ଏବଂ ସମ୍ମାନିତ ଅତିଥି ଭାବେ ରତ୍ନାକର ନାୟକ ଯୋଗଦେଇଥିଲେ। ସଭାପତିତ୍ୱ କରିଥିଲେ ଇନ୍ଦ୍ରପ୍ରକାଶ ଶ୍ରୀବାସ୍ତବ।
କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜନା କରିଥିଲେ ରସାନନ୍ଦ ପ୍ରଧାନ। ମଞ୍ଚ ପରିଚାଳନା କରିଥିଲେ ସମ୍ପଦ କୁମାର ସାହୁ। ଏଥିରେ ପ୍ରିୟରଞ୍ଜନ ଦାସ ଓ ସୌମ୍ୟରଞ୍ଜନ ପଣ୍ଡା ସହଯୋଗ କରିଥିଲେ।
ଶିକ୍ଷାର ବିକାଶ ସହ ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ପ୍ରୋତ୍ସାହନ ଯୋଗାଇବା ଏବଂ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ସହଯୋଗ କରିବା ହେଉଛି ଏହି ମେଧାବୃତ୍ତି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ l
