ନୂଆପଡା(ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ ଅନ୍ତର୍ଗତ ଭୋଜପୂର୍ ଗ୍ରାମର ନାବାଳିକା ଛାତ୍ରୀ ଲିପ୍ସା ପଟେଲ ଶଯ୍ୟାଶାୟୀ, ଚିକିତ୍ସା ପାଇଁ ଅର୍ଥ ବାଧକ, ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। ପଞ୍ଚମ ଶ୍ରେଣୀ ରେ ଅଧ୍ୟୟନ କରୁଥିବା ଲିପ୍ସା ପଟେଲ ବାପା ଜଗଦୀଶ ପଟେଲ, ଭୋଜପୁର ଗ୍ରାମର ନିବଶୀ ଅଟନ୍ତି। ଗତ ଜାନୁଆରୀ ୨୬ ତାରିଖ ଦିନ ତହସିଲ ପଟେଲ ବଡ଼ ବାପା ଙ୍କ ସ୍ଲାପ ଉପରେ ଖେଳୁଥିବା ବେଳେ ବନ୍ୟ ପ୍ରାଣୀ ହନୁ ମାଙ୍କଡ ଙ୍କୁ ଦେଖି ନାବାଳିକା ଝିଅ ସ୍ଲାପ୍ ଉପରୁ ଡେଇଁ ଦେଇଥିଲେ। ଫଳ ରେ ନିଜ ଦୁଇ ଗୋଡ ଭାଙ୍ଗି ଯାଇଅଛି। ବାହାର କୁ ହାଡ ଦିଶୁଥିବା ବେଳେ ବର୍ତ୍ତମାନ ଆରୋଗ୍ୟ ହୋଇନାହାନ୍ତି। ସେ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ରାୟପୁର ଯାଇଥିବା ବେଳେ ତାଙ୍କ ବୀମା ରାଶି ର ସମସ୍ତ ଟଙ୍କା ଶେଷ ହୋଇଅଛି। ଚିକିତ୍ସା ପାଇଁ ଅର୍ଥ ବାଧକ ହେବା କାରଣରୁ ଝିଅକୁ ଆଣି ତାଙ୍କ ଘର ରଖିଛନ୍ତି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସେହି ନାବାଳିକା ଝିଅ କୁ ଆର୍ଥିକ ସହାୟତା କେଲେ ଆଗାମୀ ଦିନରେ ଝିଅ ପାଇ ଉପଯୁକ୍ତ ସାମାଜିକ ନ୍ୟାୟ ପ୍ରଦାନ ହେବ ବୋଲି ବୁଦ୍ଧିଜୀବୀ ମହଲ ରେ ଆଲୋଚନା ହେଉଅଛି। ନାବାଳିକା ଛାତ୍ରୀ ସ୍କୁଲ ରେ ଅଧ୍ୟୟନ କରି ଖେଳକୁଦ ସମୟ ରେ ଶଯ୍ୟାଶାୟୀ।
