ନୂଆପଡା(ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସଫେଇ କର୍ମଚାରୀ ଙ୍କ ଧର୍ମଘଟ କରିଛନ୍ତି। ଦୀର୍ଘ ଦିନ ହେବ ଅଳିଆ ଆବର୍ଜନା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆଗାମୀ ଦିନରେ ପରିସ୍ଥିତି ଅସମ୍ଭାଳ ହେବା ଅନୁମେୟ ଅଟେ। ଘରୋଇ ସଂସ୍ଥା ଦ୍ବାରା ସଫେଇ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ବେତନ ବୃଦ୍ଧି ସାଙ୍ଗକୁ ନିୟମିତ ବେତନ ପ୍ରଦାନ ଦାବୀ ରେ କର୍ମଚାରୀ ମାନେ ଆନ୍ଦୋଳନ କୁ ଓହ୍ଲାଇଛନ୍ତି। ଆବଶ୍ୟକ ପଦକ୍ଷେପ କରିବା ସହ ସମସ୍ତ କର୍ମଚାରୀଙ୍କୁ ବୀମା ଭୁକ୍ତ କରିବା ସହ ସୁରକ୍ଷିତ ପୋଷାକ, ହେଣ୍ଡ ଗ୍ଲୋବ, ସୁରକ୍ଷିତ ଜୋତା ପ୍ରଦାନ କରିବାକୁ ଦାବୀ କରିଛନ୍ତି। ସଫେଇ କର୍ମଚାରୀ ମାନେ ନିଜ ଦାୟିତ୍ବ ସମ୍ପାଦନ ବେଳେ ଜୀବନରେ ସଂକ୍ରମଣ ହେବା ଆଶଙ୍କା ରହିଅଛି। ସ୍ୱାସ୍ଥ୍ୟ କେନ୍ଦ୍ର କୁ ସୁସ୍ଥ ଓ ନିର୍ମଳ ପରିବେଶ ସୃଷ୍ଟି କରିବା ପାଇଁ ସଫେଇ କର୍ମଚାରୀଙ୍କୁ ମହତ୍ଵ ପୂର୍ଣ୍ଣ ଅବଦାନ ରହିଅଛି। ତେଣୁ ଆବଶ୍ୟକ ଏବଂ ନ୍ୟାର୍ୟ ଦାବୀ ପୂର୍ଣ୍ଣ କରି କାର୍ଯ୍ୟରେ ଯୋଗଦାନ ପାଇଁ ଅନୁରୋଧ ଅଟେ।ଦୈନିକ ଅଳିଆ ଆବର୍ଜନା ଗଦା ଅପରିଷ୍କାର ପରିବେଶ ସୃଷ୍ଟି କରୁଅଛି। ସରକାର ଏବଂ ପ୍ରଶାସନ ଦୃଷ୍ଟି ଦେବାକୁ ଅନୁରୋଧ।
