ନୂଆପଡା( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଡିଗ୍ରୀ ମହିଳା କଲେଜ ଏବଂ ହେଳପିଂ ଫର୍ ହେଲ୍ପଲେସ ପିପୁଲ୍ ଫାଉଣ୍ଡେସନ ମିଳିତ ଆନୁକୁଲ୍ୟରେ ରେ ୭୬ ତମ ବନ୍ ମହୋତ୍ସବ ପାଳିତ ହୋଇଯାଇଅଛି । ବାୟୁ ଏବଂ ଅମ୍ଳଜାନ ବିନା ଜୀବଜଗତ ପରିକଳ୍ପନା ସମ୍ଭବ ନୁହଁ ବୋଲି କଲେଜ୍ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ ପ୍ରକାଶ କରିଥିଲେ। ତେଣୁ ପ୍ରତ୍ୟେକ ନାଗରିକ ଜଙ୍ଗଳ ସୃଷ୍ଟି କରିବା ପାଇଁ ବୃକ୍ଷ ରୋପଣ ନୈତିକ କର୍ତ୍ତବ୍ୟ ଅଟେ ବୋଲି ମତବ୍ୟକ୍ତ କରିଛନ୍ତି। ହେଳପିଂ ଫର୍ ହେଲ୍ପଲେସ ପିପୁଲ୍ ଫାଉଣ୍ଡେସନ ସମସ୍ତ କର୍ମକର୍ତ୍ତା ଏବଂ କଲେଜ୍ ଅଧ୍ୟକ୍ଷା ସମେତ ସମସ୍ତ ଅଧ୍ୟାପିକା ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ସମସ୍ତେ ଏକାଧିକ ବୃକ୍ଷ କୁ ପୋଷ୍ୟ ଗ୍ରହଣ କରି ଚାରା କୁ ବୃକ୍ଷ କରିବା ପାଇଁ ସଂକଳ୍ପ ନେଇଛନ୍ତି। ଜାତୀୟ ସେବା ଯୋଜନା ଅଧିକାରୀ ପୁଷ୍ପାଞ୍ଜଳୀ ପ୍ରଧାନୀ, ମହେଶ୍ୱତା ପଣ୍ଡା, ପାଙ୍କଜିନୀ ବିଶି, ସ୍ବରୂପ ରାଣୀ କୁମାର, ବନିତା ନନ୍ଦ ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ।
