*ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ମଶାନରେ ସମୂହ ଦୀପଦାନ*
(ବିଭୂତି ଅଗ୍ରୱାଲ ଙ୍କ ରିପୋର୍ଟ )
ଭବାନୀପାଟଣା / ୦୯/୧୧ ପବିତ୍ର ଦୀପାବଳୀ ପର୍ବ ପାଳନ ଅବସରରେ ପୂରୁଣାପଡ଼ା ଶ୍ମଶାନ ସୁରକ୍ଷା ସମିତି ପକ୍ଷରୁ ଏକ ଐତିହାସିକ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପିତୃ ପୁରୁଷଙ୍କୁ ଆଲୋକର ମାର୍ଗ ପ୍ରଦର୍ଶନ କରି ବିଦାୟ ଦେବା ପର୍ଵ ପାଳନ କରାଯାଇଛି। କମ୍ବୁପାଣି ପରିଚ୍ଛାଙ୍କ ପ୍ରଚେଷ୍ଟାରେ ପିତୃ ପୁରୁଷଙ୍କୁ ଶ୍ମଶାନ ଘାଟରେ ବଡ଼ ବଡ଼ୁଆ ଡାକ ସହ ଅନ୍ଧାର ପକ୍ଷରେ ଆସିଥିବା ପିତୃପୁରୁଷଙ୍କୁ ଉଜ୍ଜଳ ପକ୍ଷରେ ବିଦାୟ ଦେବା ପରମ୍ପରା ସହରରେ ପ୍ରଥମ କରି ଶ୍ମଶାନ ଘାଟରେ କରିବା ଦେଖାଯାଇଥିଲା l ଶ୍ମଶାନ କେବଳ ମୃତ୍ୟୁର ସ୍ଥାନ ନୁହେଁ, ବରଂ ଜୀବନର ଚିରନ୍ତନ ସତ୍ୟକୁ ଉପଲବ୍ଧି କରିବାର ଏକ ପବିତ୍ର ସ୍ଥାନ ନିମନ୍ତେ ଶ୍ମଶାନ ପରିସରେ ଥିବା ଶୈବ ପୀଠ ଓ ଶ୍ମଶାନ ଘାଟରେ ବେଦମନ୍ତ୍ର ଉଚ୍ଚାରଣ ପୂର୍ବକ ସମୂହ ଦୀପଦାନ କରାଯାଇଥିଲା l ସମୂହ ଦୀପଦାନ ମାଧ୍ୟମରେ ଜାତି, ଧର୍ମ ଓ ବର୍ଗ ନିର୍ବିଶେଷରେ ସମସ୍ତଙ୍କ ମଧ୍ୟରେ ଶ୍ରଦ୍ଧା ଓ ଏକତାର ଭାବନା ସୃଷ୍ଟି କରାଯାଇଥିଲା l ନିଜ ନିଜ ପିତୃ ପୁରୁଷ ଓ ସମାଜର ଦିବଂଗତ ଆତ୍ମୀୟ ମାନଙ୍କୁ ସ୍ମରଣ କରାଯାଇଥିଲା l ଆଦର୍ଶ ଶ୍ମଶାନ ଗଠନ ଦିଗରେ ଏହା ଏକ ବଳିଷ୍ଠ ପଦକ୍ଷେପ ଅଟେ l ଏହି ଅଭିନବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ସିବିଆଇ ଉପ ନିର୍ଦ୍ଦେଶକ ରଜତ ପ୍ରଧାନ, ଶ୍ମଶାନ ସୁରକ୍ଷା ସମିତି ସଭାପତି ଇଂ ନିରଞ୍ଜନ ପ୍ରଧାନ, ସମାଜସେବୀ ଇନ୍ଦ୍ରଜିତ ମହାଖୁଡ, ଇଂ ଲକ୍ଷ୍ମୀ ନାରାୟଣ ପଣ୍ଡା, ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ପ୍ରଧାନ, ଦୁଃଖୀଶ୍ୟାମ ପ୍ରଧାନ, କମ୍ବୁପାଣି ପରିଛା, ସୀତାକାନ୍ତ ପ୍ରଧାନ, ଗୋପାଳ ମହାରଣା, ତ୍ରିନାଥ ସେଠୀ, ଶ୍ରୀଧର ପଲେଇ, ସୁଧାଂଶୁ ଶେଖର ସୁଆର, ଗୌରୀ ମହାରଣା ପ୍ରମୁଖ ଯୋଗ ଦେଇଥିଲେ l
