*କୋଶଳ ଉଚ୍ଚ ବିଦ୍ୟାଳୟରେ ସ୍କାଉଟ୍ସ ଗାଇଡସ୍ ପ୍ରତିଷ୍ଠା ଦିବସ ପାଳିତ*
ସୁବର୍ଣ୍ଣପୁର ଜିଲ୍ଲା:- କୋଶଳ ଉଚ୍ଚ ବିଦ୍ୟାଳୟ,ସୋନପୁରରେ ଆଜି ସ୍କାଉଟ୍ସ ଗାଇଡସ୍ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି | ଏହି ଅବସରରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପରମା ନାଏକ ଅତିଥିମାନଙ୍କର ପରିଚୟ ରଖିବା ସହ ସଭିଙ୍କ ଉଦ୍ଧେଶ୍ୟରେ ସ୍ବାଗତ ଅଭିଭାଷଣ ରଖିଥିଲେ ଓ ତାଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା | ବିଦ୍ୟାଳୟର ଗାଇଡ୍ ଶିକ୍ଷୟିତ୍ରୀ ସୁଶ୍ରୀ ସ୍ମିତା ରାଣୀ ନାୟକ ସଭାକୁ ସଂଯୋଜନା କରିବା ସହ ଦିବସର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ | ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିଙ୍କ ଉପସ୍ଥିତି କ୍ରମେ ସ୍କାଉଟ୍ସ ଓ ଗାଇଡସ୍ ଛାତ୍ର ଓ ଛାତ୍ରୀମାନଙ୍କ ଦ୍ଵାରା ପତାକା ଉତ୍ତୋଳନ କରିବା ପରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା | ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ନିରୀକ୍ଷକ ଓ ଜିଲ୍ଲା ସ୍କାଉଟ୍ ଓ ଗାଇଡ୍ ସଂପାଦକ ଶ୍ରୀ ବାଲାଜୀ ବିଶ୍ଵନାଥ ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସ୍କାଉଟ୍ ଓ ଗାଇଡ୍ ସଂଗଠନ କମିଶନର ଶ୍ରୀଯୁକ୍ତ ଅନନ୍ତରାମ ମେଣ୍ଡିଲି ଓ ଜିଲ୍ଲା ଗାଇଡ୍ ତାଲିମ କମିଶନର ଶ୍ରୀମତୀ ସନ୍ଧ୍ୟା ରାଣୀ ଖେତୀ ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ | ସ୍କାଉଟ୍ ଓ ଗାଇଡ୍ ପ୍ରତିଷ୍ଠା ଦିବସ ପ୍ରତିବର୍ଷ ନଭେମ୍ବର ୭ ତାରିଖରେ ପାଳନ କରାଯାଏ ଏବଂ ଏହା ବିଶ୍ୱର ସବୁଠୁ ବଡ଼ ଯୁବ ସଂଗଠନ ଯାହା କି ଦେଶ ପ୍ରତି କର୍ତ୍ତବ୍ୟ , ଅନ୍ୟକୁ ସାହାଯ୍ୟ କରିବା ଏବଂ ବୃକ୍ଷ ରୋପଣ କରିବା ଇତ୍ୟାଦି ସଚେତନ ରୂପକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଏ | ସ୍କାଉଟ୍ସ ଓ ଗାଇଡସ୍ ସେବା ଓ ବନ୍ଧୁତାର ପ୍ରତୀକ ବୋଲି ମତ ରଖିଥିଲେ ସମ୍ମାନୀତ ଅତିଥି ଅନନ୍ତରାମ ମେଣ୍ଡିଲୀ ଓ ଅନ୍ୟାନ୍ୟ ଅତିଥି ମାନେ | ବିଦ୍ୟାଳୟର ସଂପାଦକ ଶ୍ରୀଯୁକ୍ତ ସଞ୍ଜୟ କୁମାର ସାହୁ ଶିଶୁମାନଙ୍କୁ ସେବା ସମର୍ପଣ ଓ ସ୍ୱଚ୍ଛତାର ବିଷଦ ବିବରଣୀ ପ୍ରଦାନ ପୂର୍ବକ ଧନ୍ୟବାଦ ପର୍ବଟିକୁ ଆଗେଇଥିଲେ | ଏହି ସଭାରେ ବିଦ୍ୟାଳୟର ସ୍କାଉଟ ଶିକ୍ଷକ ମଧୁସୂଦନ ପଧାନ, ଦୀପ୍ତିମୟୀ ପଲିଆ, କାମିନୀ ଜେନା, ରୂପା ପଧାନ , ପ୍ରତିଭା ନାଏକ , ଲୁସି ପ୍ରଭା ପରିଡ଼ା , ବୁଲି ବିଶ୍ୱାଳ , ଅନନ୍ୟା ପଧାନ, ପ୍ରମୋଦ କୁମାର ସାହୁ ଓ ଶୁକ୍ଳାମ୍ବର ବଞ୍ଛୋର୍ ଗୁରୁଜୀ ସମେତ ଅନ୍ୟାନ୍ୟ ଗୁରୁଜୀ ଗୁରୁମା ଓ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ |
