ରାଜ୍ୟର ସରକାରୀ ମେଡିକାଲ କଲେଜଗୁଡ଼ିକରେ ବୃଦ୍ଧି ପାଇଲା ୩୧୮ଟି ନୂତନ ପିଜି ମେଡିକାଲ ସିଟ୍। ଏହାଦ୍ୱାରା ରାଜ୍ୟର ସରକାରୀ ମେଡିକାଲ କଲେଜଗୁଡ଼ିକରେ ମୋଟ ପିଜି ସିଟ୍ ସଂଖ୍ୟା ୬୨୦ରୁ ବୃଦ୍ଧି ପାଇ ୯୩୮ରେ ପହଞ୍ଚିଛି।
(ଡା:ରମେଶ କୁମାର.ନି:ପ୍ର)
ରାଜ୍ୟରେ ପ୍ରଥମଥର ୫ଟି ସରକାରୀ ମେଡିକାଲ କଲେଜକୁ ପିଜି ସିଟ୍ ମଞ୍ଜୁର ହୋଇଛି, ଯାହାକି ଆମ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଆହୁରି ଅଧିକ ସୁଦୃଢ଼ କରିବ।
ଏହି ବର୍ଦ୍ଧିତ ସିଟ୍ ଗୁଡ଼ିକ ଦ୍ୱାରା ରାଜ୍ୟରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଦୂର ହେବା ସହ ଗ୍ରାମାଞ୍ଚଳ ଏବଂ ସାଧାରଣ ଜନତାଙ୍କୁ ଅଧିକ ଉତ୍ତମ, ସୁଲଭ ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦିଗରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।
