ରଘୁନାଥପୁର ବ୍ଲକ ଦୁର୍ନୀତି ଘଟଣା କୁ ନେଇ ମୁହଁ ଖୋଲିଲା ବ୍ଲକ କଂଗ୍ରେସ । ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକରେ ଦୀର୍ଘ ବର୍ଷ ଧରି ଦୁର୍ନୀତି ବଢ଼ି ବଢ଼ି ଚାଲିଥିବା ବେଳେ ଲୋକେ ସେଥିରୁ ମୁକ୍ତି ପାଇଁ ରାଜ୍ୟ ସରକାର ବଦଳାଇ ଦେଇଥିବା ବେଳେ ଏବେ ବି ଏହି ବ୍ଲକ ରେ ଦୁର୍ନୀତି ବଢ଼ି ବଢ଼ି ଚାଲିଛି l ସରକାରୀ ଦଳର କିଛି ନେତା, କର୍ମୀ ଓ ପୁରୁଣା ଶଙ୍ଖ ଦଳିଆ ଦଲାଲ ମାନେ ବାଣ୍ଟି, କୁଣ୍ଟି ଲୋକଙ୍କୁ ଲୁଟି ଚାଲିଛନ୍ତି l ସେଥିପାଇଁ ବିଭିନ୍ନ ଜନ କଲ୍ୟାଣ ଯୋଜନାରେ ମହାଦୁର୍ନୀତି ଘଟଣା କୁ ନେଇ ବ୍ଲକ କଂଗ୍ରେସ ପକ୍ଷରୁ ଏକ ପ୍ରଦିବାଦ ସଭା ବ୍ଲକ କଂଗ୍ରେସ ସଭାପତି ଆର୍ତତ୍ରାଣ ପଣ୍ଡା ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବଡ଼ ବଡ଼ ନେତା ମାନେ ଯୋଗଦେବା ଘଟଣା ସରକାରୀ ଦଳ ଓ ବ୍ଲକ ପ୍ରଶାସନ ଙ୍କ ନିଦ ହଜାଇ ଦେଇଛି l ରଘୁନାଥପୁର ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ରାସନ୍ କାର୍ଡ, ଆଲୋକିକରଣ, ଆମ ଓଡ଼ିଶା ନବିନ ଓଡ଼ିଶା, ପାନୀୟଜଳ, ଦୀର୍ଘ ଦିନ ଧରି ହିତାଧିକାରୀ ମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ନମିଳିବା ଅଭିଯୋଗରେ ହଜାରରୁ ଉର୍ଦ୍ଧ ମହିଳା ଓ କଂଗ୍ରେସ କର୍ମୀ ମାନେ ଯୋଗଦେଇ ପଦଯାତ୍ରାରେ ମଦନ ମୋହନ ବଜାର ନିକଟରୁ ବାହାରି ଦୁଇ ବଜାର ବୁଲି ବିଡିଓ ପ୍ରିତିଷ ଭୋଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ବ୍ଲକ ଅଫିସ ସମ୍ମୁଖରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଉପ ସଭାପତି ତଥା ଲୋକସଭା କ୍ଷେତ୍ର ପ୍ରଭାରୀ ଦେବାଶିଷ ପଟ୍ଟନାୟକ, ଓଡିଶା ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଦଶ୍ୟ ତଥା ପୂର୍ବତନ ବିଧାୟକ ରବିନ୍ଦ୍ର ମଲ୍ଲିକ, ଓଡିଶା ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ ବିଶ୍ବଜିତ ଦାସ, ଜିଲ୍ଲା କଂଗ୍ରେସ କମିଟି ସଭାପତି ଦେବ ପ୍ରସାଦ ନାୟକ, କଂଗ୍ରେସ ନେତା ତଥା ତିର୍ତୋଲ ନିର୍ବାଚନ ମଣ୍ଡଳୀ ଯୁବନେତା ହିମାଂଶୁ ଭୁଷଣ ମଲ୍ଲିକ, ଜିଲ୍ଲା କଂଗ୍ରେସ ଉପ ସଭାପତି ପ୍ରଶାନ୍ତ କୁମାର ଦାସ, ମୁଖପାତ୍ର ସର୍ବେଶ୍ଵର ପଣ୍ଡା, ସମ୍ପାଦକ ଜିତୁ ନାରାୟଣ ସାହୁ, ବସନ୍ତ ଦାଶ, ମନମୋହନ ଗୋଚ୍ଛାୟତ, ବସନ୍ତ ନାୟକ, ଅଜୟ ସ୍ବାଇଁ, ବ୍ରଜ ମଲ୍ଲିକ, ସୁବାସ ରାଠସିଂ, ପୁରୁଣା ବସନ୍ତ ସରପଞ୍ଚ କାଳନ୍ଦୀ ମହାନ୍ତି, ତ୍ରିଲୋଚନ ରାଉତ, ପ୍ରତ୍ୟୁଷ ନାୟକ, ଚିତ୍ତ ରଞ୍ଜନ ବାରିକ, ରାଜକିଶୋର ସ୍ବାଇଁଙ୍କ ସମେତ ୧୯ ପଞ୍ଚାୟତ କଂଗ୍ରେସ ସଭାପତି ମାନେ ଯୋଗ ଦେଇ ରଘୁନାଥପୁର ବ୍ଲକ ଦୁର୍ନୀତି ବିରୋଧରେ ସ୍ୱର ଉଠାଇ ନାରା ଦେବା ସହିତ ଡବଲ ଇଞ୍ଜିନ ସରକାରର ଅପାରଗତା ଉପରେ ତାଛଲ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମ ଶେଷ ପରେ ସମସ୍ତ କର୍ମୀ ଓ ନେତା ମାନେ ମଦନ ମୋହନ ମଠରେ ମଧ୍ୟାହ୍ନ ଭୋଜନ ଖାଇଥିଲେ l ବ୍ଲକ କଂଗ୍ରେସ ପକ୍ଷରୁ ହୋଇଥିବା ଏହି ଆନ୍ଦୋଳନ କୁ ସମସ୍ତ ପ୍ରକାର ସୁରକ୍ଷା ଓ ଆଇନ ଶୃଙ୍ଖଳା କୁ ଗୁରୁତ୍ୱ ଦେଇ ରଘୁନାଥପୁର ଥାନା ଅଧିକାରୀ ପ୍ରେମଜୀତ ଦାସ ନିଜେ ରହି ତଦାରଖ କରୁଥିଲେ l
