ଶାନ୍ତି ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ
(Peace poster competition)
(ଡା:ରମେଶ କୁମାର.ନି:ପ୍ର)
ସମ୍ବଲପୁର: ଲାୟନ୍ସ କ୍ଲବ୍ ଅଫ୍ ସମ୍ବଲପୁର ସିଲ୍କସ୍ ପକ୍ଷରୁ ଗତ ୩୧ ଅକ୍ଟୋବର ତାରିଖରେ ଧନୁପାଲିସ୍ଥିତ ସମ୍ବଲପୁର କଳା ଏକାଡେମୀଠାରେ ଏକ ଶାନ୍ତି ପୋଷ୍ଟର ପ୍ରତିଯୋଗିତା ଆୟୋଜିତ ହୋଇଥିଲା।
ଏହି ପ୍ରତିଯୋଗିତାରେ ମୋଟ ୩୧ ଜଣ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରି ନିଜ ନିଜର କଳାତ୍ମକ ପ୍ରତିଭା ଓ ସୃଜନଶୀଳ ଚିନ୍ତାଧାରା ମାଧ୍ୟମରେ ଶାନ୍ତିର ବାର୍ତ୍ତାକୁ ପୋଷ୍ଟର ଜରିଆରେ ପ୍ରକାଶ କରିଥିଲେ।
ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
ଯୁବପିଢ଼ିଙ୍କ ମଧ୍ୟରେ ଶାନ୍ତି, ସଦ୍ଭାବନା, ଭାଇଚାରା ଓ ସୌହାର୍ଦ୍ଦ୍ୟର ବାର୍ତ୍ତା ପ୍ରସାର କରିବା ସହ କଳା ମାଧ୍ୟମରେ ଏକ ସୁନ୍ଦର ଓ ଶାନ୍ତିପୂର୍ଣ୍ଣ ବିଶ୍ୱ ଗଠନ ପାଇଁ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା।
