ବେତନଟୀ ଥାନାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ।
ବେତନଟୀ : ରାଷ୍ଟ୍ରୀୟ ଏକତା, ଅଖଣ୍ଡତା ଓ ସାମାଜିକ ସଦଭାବନାର ବାର୍ତ୍ତା ପ୍ରଚାର କରିବା ଉଦ୍ଦେଶ୍ୟରେ ଶନିବାର ବେତନଟୀ ଥାନା ପରିସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। ବେତନଟୀ ଥାନା ଅଧିକାରୀ କ୍ରିଷ୍ନା ପିଙ୍ଗୁଆ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଚେତନତାମୂଳକ ସଭାରେ ଏସ୍ଆଇ ସାଧୁ ଶଙ୍କର ଗାଗରାଇ, ଏ ଏସ ଆଇ ଗୋଲକ ବିହାରୀ ମିଶ୍ର, ବରିଷ୍ଠ ନାଗରିକ ସଙ୍ଘ ର ସଦସ୍ୟ, ସଠିଲୋ ପି ଏସ ମେମ୍ବର କିଶୋର କୁମାର ନାୟକ, ବିଭନ୍ନ ଗାଣମାଧ୍ୟମ ର ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ। ଏଥିସହିତ ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣ ମଧ୍ୟ ସଭାରେ ଉପସ୍ଥିତ ଥିଲେ।ଏହି ଅବସରରେ ଲୌହ ମାନବ ସର୍ଦାର ବଲ୍ଳଭ ଭାଇ ପଟେଲ ଙ୍କ ଜନ୍ମଜୟନ୍ତୀ ବା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଉପସ୍ଥିତ ଜନ ସାଧାରଣ ଶପଥ ପାଠ କରିଥିଲେ । ପରେ ସଭାରେ ବକ୍ତାମାନେ ରାଷ୍ଟ୍ରୀୟ ଏକତା ଦିବସର ମହତ୍ତ୍ୱ, ଦେଶର ଏକତା ଓ ଅଖଣ୍ଡତା ରକ୍ଷା କରିବାରେ ପ୍ରତ୍ୟେକ ନାଗରିକଙ୍କ ଭୂମିକା ଏବଂ ସମାଜରେ ଭାଇଚାରା ଓ ପାରସ୍ପରିକ ସହଯୋଗ ବଜାୟ ରଖିବା ଉପରେ ଆଲୋକପାତ କରିଥିଲେ। ଏକ ସୁସ୍ଥ ଓ ଶୃଙ୍ଖଳିତ ସମାଜ ଗଠନ ପାଇଁ ଜନସାଧାରଣଙ୍କ ମଧ୍ୟରେ ଏକତା, ସହନଶୀଳତା ଓ ଆଇନ ପ୍ରତି ସମ୍ମାନବୋଧ ରହିବା ଆବଶ୍ୟକ ବୋଲି ଉପସ୍ଥିତ ଜନସାଧାରଣ ମତ ପ୍ରକାଶ କରିଥିଲେ।ଏହାସହ ଭାରତୀୟ ନ୍ୟାୟ ସଂହିତା (ବି ଏନ ଏସ ) ଆଇନ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ବିସ୍ତୃତ ଭାବରେ ସଚେତନ କରାଯାଇଥିଲା। ନୂତନ ଆଇନର ବିଭିନ୍ନ ଦିଗ, ଆଇନଗତ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଜନସାଧାରଣ ଅବଗତ ହେବା ସହ ଆଇନକୁ ସମ୍ମାନ ଦେଇ ଏକ ଶାନ୍ତିପୂର୍ଣ୍ଣ ସମାଜ ଗଠନରେ ସହଯୋଗ କରିବାକୁ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ବିଭିନ୍ନ ଛକ ମାଙ୍କରେ ଅଚଳ ହାଇ ମାକ୍ସ ଲାଇଟ ର ମରାମତି ଏବଂ ବେତନଟୀ ର ମୁଖ୍ୟ ଛକ ମାନଙ୍କରେ ସିସି କ୍ୟାମେରା ଲଗାଇବା ପାଇଁ ଏକ କମିଟି ଗଠନ ମଧ୍ୟ କରାଯିବା ସହିତ ବରିଷ୍ଠ ନାଗରିକ ମାନଙ୍କୁ ବେତନଟୀ ଥାନା ଅଧିକାରୀ କ୍ରିଷ୍ନା ପିଙ୍ଗୁଆ ଙ୍କ କରକମଳ ରେ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା।
