ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମ ଜୟନ୍ତୀ ଓ ଇନ୍ଦିରା ଗାନ୍ଧୀ ଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ l ଜଗତସିଂହପୁର(ନି.ପ୍ର) : ଜଗତସିଂହପୁର ଜିଲ୍ଲା ପରିଷଦର ପୂର୍ବତନ ସଭାପତି ନଟବର ବାରିକଙ୍କ ପୌରହିତ୍ୟରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମ ଜୟନ୍ତୀ ଓ ଭାରତ ବର୍ଷର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ ବେଶ ଧୁମଧାମ ରେ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ମାନସ କୁମାର ରଥ, ଅମ୍ବିକା ମହାନ୍ତି, ସରୋଜ କୁମାର ନାୟକ, ଅଦ୍ଵୈତ କୁମାର ଜେନା, ସୁଦର୍ଶନ ବେହେରା, ଅବନୀକାନ୍ତ ମହାରଣା, ସରୋଜ କୁମାର ମହାପାତ୍ର, ଜ୍ଞାନ ରଞ୍ଜନ ଜେନା, ଦୀପକ ପାଲ, ନିର୍ମଳାନନ୍ଦ ଦାସ, ନୀରଞ୍ଜନ ବେହେରା ଓ ଶଙ୍କରେଶ୍ବର ଦାସ ପ୍ରମୁଖ ଯୋଗ ଦେଇ ଉଭୟ ମହାନ ଦେଶ ଗଠନରେ ଅତୁଳନୀୟ ଅବଦାନ ଓ ତ୍ୟାଗ ସମ୍ପର୍କରେ ଆଲୋକପାତ କରିଥିଲେ l ସ୍ବର୍ଗୀୟା ଇନ୍ଦିରା ଗାନ୍ଧୀ ଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ଶେଷରେ ପୂର୍ବତନ ପୌରାଧକ୍ଷ ବିପ୍ଳବ ଚୌଧୁରୀ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମ ର ସମାପନ କରିଥିଲେ l
