ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜୟନ୍ତୀ ଓ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ
(ଡା:ରମେଶ କୁମାର.ନି:ପ୍ର)
ରାଉରକେଲା, ୩୧ ଅକ୍ଟୋବର ୨୦୨୬ (ଶନିବାର): ଆଜି ସକାଳ ୧୦ଟା ସମୟରେ ବେଦବ୍ୟାସସ୍ଥିତ ବ୍ୟାସଦେବ ହାଇସ୍କୁଲ ପରିସରରେ ଲାୟନ୍ସ କ୍ଲବ୍ ଅଫ୍ ରାଉରକେଲା ବେଦବ୍ୟାସ ଗ୍ରେଟର ଏବଂ ଲାୟନ୍ସ କ୍ଲବ୍ ଅଫ୍ ବେଦବ୍ୟାସ କୋହିନୂରର ମିଳିତ ଆନୁକୂଲ୍ୟରେ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଥିଲା।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଲାୟନ୍ ରାକେଶ କୁମାର ସିଂହ (PDG) ଯୋଗଦେଇ ଉଭୟ ମହାନ ନେତାଙ୍କ ଦେଶ ଗଠନରେ ଅତୁଳନୀୟ ଅବଦାନ ଓ ତ୍ୟାଗ ସମ୍ପର୍କରେ ଆଲୋକପାତ କରିଥିଲେ। ଲାୟନ୍ ସୁଶୀଲ କୁମାର ରାଉତ ଏବଂ ଲାୟନ୍ ଗୋରଖନାଥ ଶ୍ରୀବାସ୍ତବ ମଧ୍ୟ ଉଭୟ ମହାନ ବ୍ୟକ୍ତିତ୍ୱଙ୍କ ଦେଶ ଓ ଜନସାଧାରଣଙ୍କ ପ୍ରତି ଅବଦାନ ବିଷୟରେ ନିଜ ନିଜର ମତ ରଖିଥିଲେ। ସେମାନଙ୍କ ଆଦର୍ଶ ଓ ପଥ ଅନୁସରଣ କରିବାକୁ ସମସ୍ତଙ୍କୁ ପ୍ରେରଣା ଦିଆଯାଇଥିଲା।
କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଭାବେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା। ପରୀକ୍ଷା ପରେ ଛାତ୍ରଛାତ୍ରୀଙ୍କ ଚକ୍ଷୁ ସ୍ୱାସ୍ଥ୍ୟ ସମ୍ପର୍କିତ ଫଳାଫଳ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯାଇଥିଲା।
କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ସଞ୍ଜୟ ଲୁହା, ମଞ୍ଜୁବାଳା ତ୍ରିପାଠୀ, ସୁପ୍ରିୟା ମହାରଣା, ସୁଭାଷ ଚନ୍ଦ୍ର ସାହୁ, ସୀତା ନାଗ ଏବଂ ଜୟରାମ ସିଂହ କରିଥିଲେ।
ଏହି ଅବସରରେ ଲାୟନ୍ ରାକେଶ କୁମାର ସିଂହ (PDG), ଲାୟନ୍ ସୁଶୀଲ କୁମାର ରାଉତ (ସଭାପତି), ଲାୟନ୍ ଗୋରଖନାଥ ଶ୍ରୀବାସ୍ତବ, କୋହିନୂର କ୍ଲବ୍ର ଲାୟନ୍ ପ୍ରଗତି ଗୁପ୍ତା ଏବଂ ଲାୟନ୍ ଉଦୟ ପ୍ରକାଶ ସିଂହଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।
ଶେଷରେ ଲାୟନ୍ ଶଶଧର ସାହୁ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା।
