ରାଷ୍ଟୀୟ ଏକତା ଦିବସ ଅବସରରେ ଆଗରପଡ଼ାରେ ଗଣଦୌଡ଼
ଆଗରପଡ଼ା,(ନିନିପ୍ର) ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସ୍ଥାନୀୟ ଥାନା ପକ୍ଷରୁ ଗଣଦୌଡ଼ ଆୟୋଜନ କରାଯାଇଥିଲା । ଏହି ଦୌଡ଼ ଥାନା ପରିସରରୁ ବାହାରି ବଜାର ପରିକ୍ରମା କରିଥିଲା । ଥାନାଧିକାରୀ ରାଜେଶ ସେଠୀଙ୍କ ନେତୃତ୍ଵରେ ଆୟୋଜିତ ଗଣଦୌଡ଼ରେ ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ଚାରିଗାଁ ସମିତିସଭ୍ୟ ଧରଣୀଧର କର, ବିଜ୍ଞାନଭୂଷଣ ମହାନ୍ତି,ଅମୂଲ୍ୟରତ୍ନ ନନ୍ଦ, ଚିନ୍ମୟ ମହାପାତ୍ର, ବସନ୍ତ ପତି, ଅଶୋକ ପରିଡ଼ା, ସୋନୁ ମହାନ୍ତି, ଗୋପାଳ ଦାଶ ପ୍ରମୁଖଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି, ପୋଲିସ କର୍ମଚାରୀ, ରାଜନୈତିକ ଦଳ ନେତା, ସମାଜସେବୀ, ବୁଦ୍ଧିଜୀବୀମାନେ ସାମିଲ ଥିଲେ ।
