*ନୂଆପଡ଼ା ଜିଲ୍ଲା ରେ ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷ ରୁ ନିଆଯାଇଥିବା ପଦକ୍ଷେପ।*
ନୂଆପଡା (ମିଖାଏଲ ନନ୍ଦ)
ତା:୨୭.୧୦.
ପାଞ୍ଚ ଗୋଟି ବ୍ଲକ ଏବଂ ତିନି ଗୋଟି ଏନଏସି ପାଇଁ ଜିଲ୍ଲା ସ୍ତରୀୟ ଅଧିକାରୀ ତୀକ୍ଷଣ ନଜର। ରାଜ୍ୟ ଅତିରିକ୍ତ ସଚିବ ମଧୁସୂଦନ ଦାସ ଙ୍କ ନୂଆପଡ଼ା ରେ ଡେରା ପକାଇଛନ୍ତି। ସମସ୍ତ ସ୍କୁଲ କଲେଜ ଦୁଇ ଦିନ ପାଇଁ ଛୁଟି ଘୋଷଣା,। ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଜିଲ୍ଲାରେ ଥିବା ସମସ୍ତ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ଦୁଇ ଦିନ ପାଇଁ ବନ୍ଦ ରହିବ। ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍। ଆବାସିକ ବିଦ୍ୟାଳୟ ଶିକ୍ଷକ କାର୍ଯ୍ୟରେ ଯୋଗଦାନ ପାଇଁ ଆଦେଶ। ଜିଲ୍ଲା ପ୍ରଶାସନ ପକ୍ଷ ରୁ ସୂଚନା ପ୍ରଦାନ ପାଇଁ ନମ୍ବର , ଡାକବାଜି ଯନ୍ତ୍ର ସାହାଯ୍ୟରେ ବନ୍ୟା ସ୍ଥିତି ଉପରେ ଜନତାଙ୍କୁ ଅବଗତ। ଅଗ୍ନି ଶମ୍ ବିଭାଗ ପ୍ରତିକୂଳ ପରିସ୍ଥିତି ପାଇଁ ମହଜୁଦ୍। ଜିଲ୍ଲାର ୬ ଗୋଟି ଦଳ ସହ ସମ୍ବଲପୁର ଏବଂ ସୁନ୍ଦରଗଡ ଦୁଇ ଗୋଟି ଦଳ ମହଜୁଦ୍ ରହିଛନ୍ତି।
