ବଡକମର ଓ ଖଡଗପ୍ରସାଦ ବ୍ରାହ୍ମଣୀ ବ୍ରିଜ୍ ପରିଦର୍ଶନ କରିଛନ୍ତି ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ
ପରଜଙ୍ଗ (ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବଡ଼କମର -ଖଡ଼ଗ ପ୍ରସାଦ ସେତୁ ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି l ଆଜି ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ ସେତୁ ପରିଦର୍ଶନ କରି ସେଠିକାର ବାସ୍ତବ ସ୍ଥିତି ଅନୁଧ୍ୟାନ କରିଥିଲେ l ସେତୁ ଉଭୟ ପାର୍ଶ୍ୱ ସଂଯୋଗ ରାସ୍ତା କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଥିବାରୁ ଏହା ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରି କିପରି ଜନ ସାଧାରଣ ଙ୍କ ଯାତାୟାତ ପାଇଁ ସେତୁ କୁ ଉପଯୋଗୀ କରାଯାଇପାରିବ, ସେ ନେଇ ସେ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ l ମେରାମଣ୍ଡଳୀ ଅଂଚଳ ରେ ଗଢ଼ି ଉଠିଥିବା ଶିଳ୍ପlଞ୍ଚଳ ଟାଟା, ରୁଙ୍ଗୁଟା, ଜିଏମଆର, ଏମଜିଏମ l ପରଜଙ୍ଗ, କଙ୍କଡ଼ାହାଡ଼ ବ୍ଲକ ରୁ ଦୈନିଦିନ ବହୁତ ସଂଖ୍ୟା ରେ ଶ୍ରମିକ ସେତୁ ଉପରେ ଚାଲି ଚାଲି ଯିବା ଆସିବା କରିବା ଦେଖିବାକୁ ମିଳିଚି l ତେଣୁ ବାକି ରହିଥିବା ରାସ୍ତା କାମ ଶୀଘ୍ର ଶେଷ କରି ବ୍ରିଜ ରେ ଯାତାୟତ ଆରମ୍ଭ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଉଚିତ l ବିଧାୟକ ଙ୍କ ସହ ବିଜେପି ଯୁବନେତା ଦୀପକ ଗୋଛାୟତ, ରେଣ୍ଠାପlଟ ସରପଞ୍ଚ ପ୍ରଶାନ୍ତ ନାୟକ, ପ୍ରଶାନ୍ତ ବିଶ୍ୱାଳ, ହରିହର ମକୂଟ, ବିନୟ ସାହୁ, ବିଭୁତି ସାହୁ, ଛବି ନାରାୟଣ ସାହୁ. କରୁଣାକର ସାହୁ ଓ ରୋଡ଼ ସରପଞ୍ଚ ବିଶ୍ୱଜିତ ନାୟକ ଉପସ୍ଥିତ ଥିଲେ
