*ନୂଆପଡ଼ା ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ “ଲୋକତନ୍ତ୍ର ବଞ୍ଚାଅ, ଭିଡ଼ତନ୍ତ୍ର ହଟାଅ” ଅଭିଯାନ ନେଇ ଜିଲ୍ଲା ପଦାଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ* ।
ନୂଆପଡା(ମିଖାଏଲ ନନ୍ଦ)
ତା:୨୨.୧୦.
ନୂଆପଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଗଣତନ୍ତ୍ର ବଞ୍ଚାଅ, ଭିଡ଼ ତନ୍ତ୍ର ହଟାଇ ନେଇ ଜିଲ୍ଲା ପଦାଧିକାରୀ ଙ୍କ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭା ରେ ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ ଅଧ୍ୟକ୍ଷତା କରିଥିବା ବେଳେ ଆ ଦଳୀୟ କର୍ମକର୍ତ୍ତା ଯୋଗ ଦେଇ ଯୋଜନା କୁ ସଫଳତା ସହ ତୃଣମୂଳ ସ୍ତରରେ କର୍ମୀ ଏବଂ ଜନତା ନିକଟକୁ ପହଞ୍ଚାଇବା କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ଅକ୍ଟୋବର ୨୨ ରୁ ଆସନ୍ତା ନଭେମ୍ବର ୦୫ ଏକ ପକ୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବୈଠକ ରେ ପ୍ରସନ୍ନ ପାଢ଼ୀ, ପୂର୍ବତ୍ତନ ଜିଲ୍ଲା ସଭାପତି ସୁବ୍ରତ ଠାକୁର, ସୁଶାନ୍ତ ପତି, ଅଭିନନ୍ଦନ ପଣ୍ଡା, ସାଧାରଣ ସମ୍ପାଦକ ଅଜିତ୍ କିଶୋର ଚାଳନା, ତୁଲସ ପଟେଲ, ପ୍ରମୁଖ ମଞ୍ଚାସୀନ ହୋଇଥିବା ବେଳେ ଜିଲ୍ଲାର ସମସ୍ତ ମଣ୍ଡଲ କାର୍ଯ୍ୟକର୍ତ୍ତା ମାନେ ସାମିଲ ହୋଇ ଏହି ଦାୟିତ୍ବ କୁ ପାଳନ କରି ତୃଣମୂଳ ସ୍ତରରେ କାମ କରିବାକୁ ଆହ୍ୱାନ କରିଥିଲେ।
