ମୁଣ୍ଡାରୀ ଭାଷାକୁ ସ୍ବୀକୃତି ଦାବି : ୨୭ରେ ବିଶାଳ ସମାବେଶ ସରସକଣା ,
୨୭/୧୦ (ଇମିସ): ମୁଣ୍ଡାରୀ ଭାଷାକୁ ସ୍ବୀକୃତି ପାଇଁ ଆନ୍ଦୋଳନ ନିମନ୍ତେ ଶଙ୍ଖା ଭଙ୍ଗା ପଞ୍ଚଯାତ ରେ ମୁଣ୍ଡାରୀ ଭାଷା ସମନ୍ବୟ ସମିତିର ପ୍ରସ୍ତୁତି ପ୍ରତେକ ଗାଁ କୁ ଗାଁ ଶେଭାଯାତ୍ରା ପାଇଁ ଶେଭାଯାତ୍ରା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୧୭ ଟି ପଞ୍ଚାୟତର ପ୍ରତିନିଧି ଦଳ ଅଂଶଗ୍ରହଣ କରିଥିଲେ। ମୁଣ୍ଡାରୀ ଭାଷା ସମନ୍ବୟ ସମିତିର ସରସକଣା ବ୍ଲକ ଆବାହକ କରମଚାନ୍ଦ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମୁଣ୍ଡ ଶାସନ ଗୁଟଗାମ ର ସଭାପତି ମନାରାଞ୍ଜମ ସିଂ ବୈଠକରେ ଆସନ୍ତା ୨୭ ତାରିଖ ସରସକଣା ବ୍ଲକସ୍ତରୀୟ ବିଶାଳ ସମାବେଶ ସହିତ ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି ଧାର୍ଯ୍ୟ ତାରିଖ ହୋଇଛି। ବୈଠକରେ ଶଙ୍ଖାଭଙ୍ଗା ସରପଞ୍ଚ ବାବାଜୀ ସିଂ ,ମୁଣ୍ଡାରୀ ଶିକ୍ଷକ ସୁଵାଦ ଚନ୍ଦ୍ର ସିଂ, ପଣ୍ଡିତ ସିଂ ,ଶତକୋଟି ସିଂ ,ଏକାଦଶୀ ଦିସୁମ କାରାମ କମିଟି ସଭାପତି ବୁଦ୍ଧିରାମ ସିଂ ,ସମାଜ ସେବୀ ବିରଞ୍ଚି ନାରାୟଣ ସିଂ ,ମନରଞ୍ଜନ ସିଂ , ସୁକୁଲାଲ ସିଂ ,ମାନୀନ୍ଦ୍ର ସିଂ,ଯଶବନ୍ତ ସିଂ ,ରଘୁନାଥ ସିଂ ଶମ୍ଭୁ ନାଥ ସିଂ ,ଵାଲେ ସିଂ ,ସୁରେନ୍ଦ୍ର ସିଂ ,ସାହେବ ସିଂ ,ହରିଶ ଚନ୍ଦ୍ର ସିଂ, ବଳଭଦ୍ର ସିଂ ,ପ୍ରଦୀପ ସିଂ , ସୁରୁ ସିଂ ,ସରସକଣା ବ୍ଲକର ୧୭ ଟି ପଞ୍ଚାୟତର ପ୍ରତିନିଧିମାନେ ଗାଁ କୁ ଗାଁ ଶେଭାଯାତ୍ରା ପାଇଁ ପ୍ରସ୍ତ୍ରୁତି ବୈଠକ ଅନୁଷ୍ଠିତ ହେଇଥିଲା । ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ ଓ ରାଜ୍ୟର ଦ୍ୱିତୀୟ ରାଜଭାଷାର ମାନ୍ୟତା ପ୍ରଦାନ ଉପରେ ସହମତି ଦାବି ଉପସ୍ଥାପନ କରିଥିଲେ। ଜନସମାବେଶକୁ ସୁଚାରୁ ରୂପେ ସମ୍ପାଦନା କରିବା ପାଇଁ ଆହ୍ବାନ ଦେଇଥିଲେ।
