*ଯୋରନ୍ଦା ମହିମା ପ୍ରଭାତ ଶାଖାରେ ବିଜୟା ଦଶମୀ ଉତ୍ସବ ପାଳିତ ହୋଇଛି* l ଗଁନ୍ଦିଆ ବ୍ଲକ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର ) ଅଦ୍ୟ ତା -20/10/2026 ରିଖ ଯୋରନ୍ଦା ମହିମା ପ୍ରଭାତ ଶାଖା ରେ ବିଜୟା ଦଶମୀରେ ପଥ ସଞ୍ଚଳନ ଉତ୍ସବ ବହୁ ଆଡମ୍ବର ସହିତ ପାଳିତ ହୋଇଅଛି l ଆଜି ପବିତ୍ର ବିଜୟା ଦଶମୀ କାଶଦାଣ୍ଡି ଫୁଲର ଅପୂର୍ବ ସମ୍ବାର ମଧ୍ୟରେ ପବିତ୍ର ଶାରଦୀୟ ପୂଜା ଅବସରରେ ମା ମହିଷା ମର୍ଦ୍ଧିନୀ ଗୁର୍ଗା ହୋଇ ଆସିଛନ୍ତି ଏହି ଧାରା ଧାମକୁ ଏହି ଭଳି ଏକ ପବିତ୍ର ମୁହୂର୍ତ୍ତରେ ରାଷ୍ଟ୍ରୀୟ ସୟଂ ସେବକ ସଙ୍ଘ ପ୍ରତି ବର୍ଷ ଭଳି ଚଳିତ ବର୍ଷ ରେ ମହିମାଗାଦିର ଦକ୍ଷିଣ ପଟ ଗେଟ ସାମ୍ନାରେ ତାର ଉତ୍ସବ ପାଳିନ କରିଛି l ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ସତବାର୍ଷିକ ଉତ୍ସବ ରେ 100 ସଂଖ୍ୟା ସୟଂ ସେବକ ଯୋଗଦେଇ ପଥ ସଞ୍ଚଳନ ଅପରାହ୍ନ ତିନି ଘଟିକା ସମୟରେ ଆରମ୍ଭ ହୋଇ ନାଟିମା ବଜାର, ତାରିଣୀ ବଜାର, ଯୋରନ୍ଦା ବଜାର ଓ ଯୋରନ୍ଦା ଗ୍ରାମ ପଥ ସଞ୍ଚଳନ କରି ସଭା କାର୍ଯ୍ୟକର୍ମ ସ୍ଥଳରେ ପହଞ୍ଚି ସଭା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ରାଷ୍ଟ୍ରୀୟ ସୟଂ ସେବକ ସଂଘର ଜିଲ୍ଲା ବୌଦ୍ଧିକ ପ୍ରମୁଖ ଶ୍ରୀଯୁକ୍ତ ଅଶ୍ୱିନୀ ପତି ଯୋଗ ଦେଇ ତାଙ୍କର ଉଦବୋଧନ ରେ ରାଷ୍ଟ୍ରୀୟ ସୟଂ ସେବକ ର କର୍ତ୍ତବ୍ୟ ବିଷୟରେ ମାଗଦର୍ଶନ ଦେଇଥିଲେ ଓ ମୁଖ୍ୟ ବକ୍ତା RSS ର ବରିଷ୍ଠ ନାଗରିକ ଶ୍ରୀଯୁକ୍ତ ନିର୍ମଳ ଚନ୍ଦ୍ର ରାଉତ ଯୋଗଦେଇ ତାଙ୍କର ଅଭିଭାଷଣ ରେ RSS ର ପ୍ରତିଷ୍ଠା ଦିବସ ଓ ଶହେ ବର୍ଷର ପୂର୍ତ୍ତି ବିଷୟ ରେ ଆଲୋକ ପାତ କରିଥିଲେ l ପ୍ରଭାତ ଶାଖାର କାର୍ଯ୍ୟବାହ ଦିଗାମ୍ବର ସାହୁ, ମୁଖ୍ୟ ଶିକ୍ଷକ ନବ କିଶୋର ନାୟକ ପାର୍ଥନା ପ୍ରମୁଖ ସମରେନ୍ଦ୍ର ମହାନ୍ତି l ପରିଶେଷରେ ସମସ୍ତ ଅତିଥି ଓ ସୟଂ ସେବକ ମାନଙ୍କୁ ଧନ୍ୟବାଦ ଦେଇ ଉକ୍ତ ଉତ୍ସବକୁ ପରିସମାପ୍ତି ଘୋଷଣା କରିଥିଲେ l
