କେନ୍ଦ୍ରସ୍ତରିୟ ଶିଶୁ ମହୋତ୍ସବ ସୁରଭି_୨୦୨୬ ଅନୁଷ୍ଠିତ
ରିପୋର୍ଟ ନିରୋଜ କୁମାର ସେଠୀ
ଯାଜପୁର ଜିଲ୍ଲା ଯାଜପୁର ବ୍ଲକ ଅର୍ନ୍ତଗତ ଖରସ୍ରୋତା ଉଚ୍ଚ ବିଦ୍ୟାଳୟ କଷ୍ଟରର ଅଧିନରେ ଥିବା ବରଦାୟୀ ସରକାରୀ ଉଚ୍ଚବିଦ୍ୟାଳୟ ବେରୁଦା ପରିସର ମଧ୍ୟରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬ ଅନୁଷ୍ଠିତ ହୋଇ ଯାଈଛି। ଉକ୍ତ କାର୍ଯ୍ୟକ୍ରମର ଟିକୁ ଦାୟିତ ସହକାରେ ଖରସ୍ରୋତା ସାଧନ କେନ୍ଦ୍ର ର ସଂଯୋଜକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ପଣ୍ଡା ସମାପନ କରିଥିଲେ।ବରଦାୟୀ ସରକାରୀ ଉଚ୍ଚବିଦ୍ୟାଳୟ ବେରୁଦାର ପ୍ରଧାନ ଶିକ୍ଷୟତ୍ରୀ Srimati Madhumita Ram, ସଭା କାର୍ଯ୍ୟକୁ ପରିଚାଳନା କରିଥିଲେ। ଉକ୍ତ ସଭାରେ ବ୍ଲକ ସହ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ବଳରାମ ପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ ଓ ଶ୍ରୀଜଗନ୍ନାଥ ଙ୍କ କର କମଳରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ ପୂର୍ବ ତନ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ଯୁକ୍ତ ସରତ ଚନ୍ଦ୍ର ଦାସ ଆହୁରୀ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ସାଧନ କେନ୍ଦ୍ରରଗଵେଶକ ଶ୍ରୀଯୁକ୍ତ ଅରୂଣ କୁମାର ନାୟକ, ଉକ୍ତ ସଭାରେ ଯୋଗ ଦେଇ ଶିକ୍ଷାର ଦୀଗ ସମ୍ପର୍କରେ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଆହୁରି ମଧ୍ଯ ବିଦାୟୀ ସରକାରୀ ଉଚ୍ଚବିଦ୍ୟାଳୟ ସହକାରୀ ଶିକ୍ଷକ ଶ୍ରାୟୁକ ବିନୟ ରଞ୍ଜନ ବେହେରା ଅତିଥିମାନଙ୍କ ର ପ୍ରରିଚୟ ପ୍ରଦାନ କରିଥିଲେ। ମଲପଡା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀ ମତି ଜୟଶ୍ରୀ ସାମଲ, କତରାପୁର ପ୍ରାଥମିକ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିରାକାର ଦଳାଇ ମଧ୍ୟ ଉକ୍ତ ସଭାରେ ଉପସ୍ଥିତ ଥିଲେ। ଆହୁରି ମଧ୍ୟ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ତନ ମଧ୍ୟରୁ ଅଧ୍ୟାପକ ସଞ୍ଜୟ କୁମାର ଦଳାଇ,ଶିକ୍ଷକ ସହିଦ ଅବଦୁଲ ଖା,ଶିକ୍ଷକ ଅଶୋକ କୁମାର ବିଶ୍ୱାଳ, ଶିକ୍ଷକ ଅଶୋକ କୁମାର ସାହୁ ଅନ୍ୟତମ ଅଟନ୍ତି। ଶେଷରେ ମଲପଡା ସରକାରୀ ଉଚ୍ଚବିଦ୍ୟାଳୟ ସହକାରୀ ଶିକ୍ଷକ ଶ୍ରୀ ଯୁକ୍ତ ବଦ୍ରୀ ନାରାୟଣ ଦଳାଇ ଧନ୍ୟବାଦ୍ ଅର୍ପଣ ପୂର୍ବକ ସଭା ସାଙ୍ଗ କରିବା ପାଇଁ ସଭା ପତିଙ୍କୁ ଅନୁରୋଧ କରି ଥୂଲେ। ତତ୍ ପରେ ସଭା ସାଙ୍ଗ କରାଯାଇ ଥିଲା।
