ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ରାଧାନାଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୋର ବ୍ଲକ ସ୍ତରୀୟ ସୁରଭି ୨୦୨୬ ମହା ଆନନ୍ଦ ଉଲ୍ଲାସ ଓ ସୁବ୍ୟବସ୍ଥିତ ଭାବେ ଅନୁଷ୍ଠିତ ହୋଇଯାଇଛି। ସୁରଭି -୨୦୨୬ ର ମୁଖ୍ୟ ପ୍ରସଙ୍ଗ ହେଉଛି ସମୃଦ୍ଧ ଭାଷା, ସମୃଦ୍ଧ ଓଡିଶା। ଶିଶୁ ହସିଲେ ଦୁନିଆ ହସିବ ସରକାର ଙ୍କ ଏହି ସୁରଭି କାର୍ଯ୍ୟକ୍ରମ କୁ ସାଧାରଣ ରେ ପ୍ରଶଂସା କରାଯାଇଛି।ପୂର୍ବାହ୍ନରେ ଗୋଷ୍ଠୀ ଶିକ୍ଷାଧିକାରିଣୀ ତକ୍ଟର ସୁକୀର୍ତ୍ତି କର ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ପରେ ନୃତ୍ୟ, ସଙ୍ଗୀତ, ବକ୍ତୃତା, କୁଇଜ଼, ଚିତ୍ରାଙ୍କନ, ପୋଷଣ ଚିତ୍ରକଳା ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଅପରାହ୍ନରେ ଡକ୍ଟର କରଙ୍କ ସଭାପତିତ୍ୱରେ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା। ବିଧାୟକ ମାଧବ ଧଡ଼ା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।ସମ୍ମାନିତ ଅତିଥି ଭାବେ ସହ ଗୋଷ୍ଠୀ ଶିକ୍ଷାଧିକାରୀ ସୋମନାଥ ଦାସ,ରାଧାନାଥ ବିଦ୍ୟାପୀଠର ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜଳି ମହାପାତ୍ର,ରାଧାନାଥ ଫିଡ଼ର ବିଦ୍ୟାଳୟର ସି ଆର ସି ସି ରବି ନାରାୟଣ ଦାସ, ରାଧାନାଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାହାଦତ ଅଲ୍ଲୀ ସାହା ଯୋଗ ଦେଇ ସୁରଭି ର ଉଦ୍ଦେଶ୍ୟ ସମ୍ଵନ୍ଧରେ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବୋଧିତ କରିଥିଲେ। ୧୭ ଟି କ୍ଲଷ୍ଟରରୁ ପ୍ରାୟ ୨୫୦ ଉର୍ଦ୍ଧ ଛାତ୍ର ଛାତ୍ରୀ ବିଭିନ୍ନ ବିଭାଗ ରେ ଭାଗ ନେଇ ଥିଲେ। ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ସୋର ବ୍ଲକର ସମସ୍ତ କ୍ଲଷ୍ଟରର ସି ଆର ସି ସି ସହଯୋଗ କରିଥିଲେ। ନଦିଗାଁ ସି ଆର ସି ସି ଉତ୍ପଳ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
