ଦୁର୍ଘଟଣା ଗ୍ରସ୍ତ କାରରୁ 71କେଜି ଗଞ୍ଜେଇ ଜବତ l ଦୁଇଜଣ ଅଟକ l (ଫଟୋ )
ନାକଟିଦେଉଳ :-15/10-(ଭଂଜଦୂତ )ଆଜି ସକାଳ 9ଟା ବେଳେ ରେଢ଼ାଖୋଲ ପଟୁ ଓଡି 02ଏଏଫ 3636ଟାଟା ଇଣ୍ଡିଗୋ କାରରେ ନାକଟିଦେଉଳ ଅଭିମୁଖେ ଆସୁଥିବା ସମୟରେ ନାକଟିଦେଉଳ ଶିବ ମନ୍ଦିର ଛକରେ ଡିଭାଇ ଡର ରେ ପିଟିହୋଇ ଦୁର୍ଘଟଣା ଘଟି କାରଟି ଓଲଟି ଯାଇଥିଲା ଏବଂ ଗାଡ଼ିରେ ଥିବା ଦୁଇଜଣ ଫେରାର ହୋଇଯାଇଥିଲେ l ଖବର ପାଇ ନାକଟିଦେଉଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ଜବତ କରି ଦୁଇଜଣଙ୍କୁ ଜଗନ୍ନାଥ ପ୍ରସାଦ ଗାଁ ପାଖରୁ ପୋଲିସ ଧରି ଥିବା ସମୟରେ ଜଣେ ଅଭିଯୁକ୍ତ ଖସି ଦୌଡ଼ି ପଳାଉ ଥିବା ସମୟରେ ପୋଲିସ ପିଛା କରି ଅଭିଯୁକ୍ତ କୁ କାବୁ କରି ଦୁର୍ଘଟଣା ଗ୍ରସ୍ତ ଗାଡି ସହ ଥାନାକୁ ନେଇଯାଇଥିଲେ ତେବେ ସନ୍ଦେହ ହେବାରୁ ଅଟକ ରଖି ତଦନ୍ତ କରି ଗାଡି ରେ ଗଂଜେଇ ଥିବା ଜଣାପଡିଥିଲା ।ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଓମ ପ୍ରକାଶ ବେହେରାଙ୍କ ଉପସ୍ଥିତିରେ ଗାଡି ଡ଼ିକିରେ ଥିବା 71କେଜି ଗଞ୍ଜେଇ ଜବତ କରିଥିବା ଏବଂ ଫୁଲବାଣୀ ଫିରିଙ୍ଗିଆ ଅଞ୍ଚଳର ଲୁଲୁ କହଁର (20)ଓ ବଳରାମ କହଁର (22)ଙ୍କୁ ଅଟକ ରଖି ତଦନ୍ତ କରୁଥିବା ଥାନା ଅଧିକାରୀ ଅମୁନସେନ କିରୋ କହିଛନ୍ତି l ଏହି ଚଢ଼ାଉରେ ନାକଟିଦେଉଳ ଥାନା ଏସ ଆଇ ତପନ ବେହେରା, ଏ ଏସ ଆଇ କୁଳମଣି ବିଶି, ଲିଙ୍ଗରାଜ ଅଢା, ହାବିଲଦାର ପ୍ରକାଶ ଚନ୍ଦ୍ର ବାରିକ ପ୍ରମୁଖସାମିଲ ଥିଲେ l
