ରାଜ ପଥରେ ପୁଣି ଏକ ସଡ଼କ ଦୁର୍ଘଟଣା ଜଣେମୃତ ଜଣେ ଗୁରୁତ୍ଵର
ତାଳଚେର ୧୪୯ ନମ୍ବର ଜାତୀୟ ରାଜପଥର ବାଇପାସ୍ ଛକ ନିକଟରେ ଆଜି ଅପରାହ୍ନ ଚାରିଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ରେ ଜଣକ ମୃତ ହୋଇଥିବା ବେଳେ ଜଣକୁ ଗୁରୁତର ଅବସ୍ଥାରେ ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଛି । ପ୍ରାଥମିକ ସୁଚନା ଅନୁସାରେ ମୃତକ ଜଣଙ୍କ ଘର ଢେଙ୍କାନାଳ ଜିଲ୍ଲା ମହାବିରୋଡ ହୋଇଥିବା ସୂଚନା ଗୁରୁତରଙ୍କ ନାମ ସ୍ବରାଜ ସିଂହ ଏବଂ ମୃତକ ମହିଳା ଜଣଙ୍କ ତାଙ୍କ ଶାଳୀ ବୋଲି ଜଣା ପଡିଛି ।
ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
