ଶଙ୍କରପୁର ମା ବୈଷ୍ଣବୀ ଦେବୀ ନରସିଂହୋମ୍ ଠାରେ ଏକ ବିଶାଳ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ।
ଢେଙ୍କାନାଳ ସଦର,୧୪/୧୦: ସେବା ସଙ୍କଳ୍ପ ଅଭିଯାନ ଅଧୀନରେ ଆଜି ଶଙ୍କରପୁର ମଣ୍ଡଳ ପକ୍ଷରୁ ଏକ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମା’ବୈଷ୍ଣବୀ ଦେବୀ ନର୍ସିଂହୋମ ଠାରେ ଶଙ୍କରପୁର ମଣ୍ଡଳ ସଭାପତି ସୁଶିଲ କୁମାର ରାଉତଙ୍କ ତତ୍ତ୍ୱାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗଦେଇ ଉଦଘାଟନ କରିଥିଲେ। ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ସେବା କାର୍ଯ୍ୟକ୍ରମ ଜାରି ରହିଛି। ଏହି ଅବସରରେ ଜିଲ୍ଲା ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ଲେଙ୍କା,ସଦର ବ୍ଲକ ପ୍ରତିନିଧି ଜ୍ଞାନ ରଞ୍ଜନ ନାୟକ,ପୂର୍ବତନ ମଣ୍ଡଳ ସଭାପତି କ୍ଷେତ୍ରବାସୀ ସାହୁ,ନରସିଂହୋମର ମୁଖ୍ୟ ପ୍ରହଲ୍ଲାଦ ସାହୁ,ସ୍ଥାନୀୟ ସରପଞ୍ଚ ରବିନ୍ଦ୍ର କୁମାର ବେହେରା,ସମିତି ସଭ୍ୟ ନୀଳମଣି ରାଉତ ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ଶିବିରରେ ସର୍ବମୋଟ ୧୩୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ଢେଙ୍କାନାଳ ରୁ ରିପୋର୍ଟର ବିଷ୍ଣୁ ଚରଣ ସାହୁ ।
