ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ
ଢେଙ୍କାନାଳ…… ଓଡାପଡା ବ୍ଲକ୍,ବଳରାମପ୍ରସାଦ ପଂଚାୟତ ଅନ୍ତର୍ଗତ ଆର୍ତ୍ତସନ୍ତରାକାଟେଣୀ ଠାରେ ବିଶ୍ୱ ଯୁବ କେନ୍ଦ୍ର, ଜଷ୍ଟ ରାଇଟ ଫର୍ ଚିଲ୍ଡରେନ୍ ପ୍ରକଳ୍ପ ତରଫରୁ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା
ଉ କ୍ତ ବୈଠକରେ ଅଙ୍ଗୱାର୍ଡ କର୍ମୀ ଗୀତାଞ୍ଜଳି ନାଏକ,ମମତା ପୃଷ୍ଟି, ଆଶା ସୁଷମା ସାହୁ ବିଦ୍ୟାଳୟର ଶିକ୍ଷୟତ୍ରୀ ଫୁଲନ ମିଶ୍ର,ସ୍ୱୟଂ ସହାୟକ ଗୋଷ୍ଠୀ ସୀମା ନାଏକ,ଏବଂ କମିଟି ର ସଦସ୍ୟ,ସଦସ୍ୟା
ଉପସ୍ଥିତ ଥିଲେ। କର୍ଯ୍ୟକ୍ରମ ରେ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ ବିଶ୍ୱ ଯୁବ କେନ୍ଦ୍ରର ମନସ୍ମିତା ନାୟକ ବାଲ୍ୟ ବିବାହ ନିଷେଧ ଆଇନ 2006 ବିଷୟରେ ସଚେତନତା ବାଲ୍ୟ ବିବାହ ପାଇଁ ଝିଅ ଉପରେ ପଡୁଥିବା ଶାରୀରିକ, ମାନସିକ, ତଥା ଆର୍ଥିକ ଚାପ ଶିକ୍ଷା ତଥା ଆତ୍ମ ନିର୍ଭରଶୀଳତା ଅଭାବ ସାମାଜିକ କୁପରିଣାମ ବାଲ୍ୟ ବିବାହ କ୍ଷେତ୍ରରେ ଆୟୋଜିନକ।ରି, ଯୋଗ ଦେଇଥିବା ଅତିଥି, ବିଭିନ୍ନ ସହଯୋଗୀ ଙ୍କୁ ଦଣ୍ଡ ବିଧାନ ନିରାକରଣ ଉପରେ ଆଲୋଚନା କରିଥିଲେ। ଏହା ବ୍ୟତୀତ ବାଲ୍ୟ ବିବାହ ରୋକିବା ସହ ଶିଶୁ ମାନଙ୍କୁ ଶିକ୍ଷା ର ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ନାମ ଲେଖାଇବା ଓ ସଚେତନତା ଅଭିଯାନ ରେ ଆୟୋଜନ କରାଯାଇଛି। ବିଦ୍ୟାଳୟରୁ ବାହାରେ ଥିବା ଶିଶୁ ମାନଙ୍କୁ ଚିହ୍ନଟ କରି ସେମାନଙ୍କ ନାମଲେଖା ଓ ନିୟମିତ ଉପସ୍ଥାନ ନିଶ୍ଚିନ୍ତ କରିବା ପାଇଁ ବିଶ୍ବ ଯୁବ କେନ୍ଦ୍ର, ଶିକ୍ଷକ ଓ ଅଭିଭାବକଙ୍କ ସହିଯୋଗ ନିଆଯାଉଛ।ଶିଶୁ ଶ୍ରମିକ, ଶିଶୁ ଚାଲାଣ ଓ ଶିଶୁ ମାନଙ୍କ ଉପରେ ହେଉଥିବା ଯୌନ ନର୍ଯାତନା ଉପରେ ଆଲୋଚନା କରାଯାଇଥିଲା। ସର୍ବ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରଗଲା।
