ସାତ (୦୭) ଦଫା ଦାବିରେ ତାଳଚେର ରେଳ ଷ୍ଟେସନ ରେ ଅନିର୍ଦ୍ଧଷ୍ଟ କାଳୀନ ଗଣଧାରଣା ।
ତାରିଖ: ୧୦/୧୦/୨୬
ତାଳଚେର: ସାତ ଦଫା ଦାବି ପୁରଣ ନେଇ ତାଳଚେର ରେଳ ଷ୍ଟେସନ ଥରେ ରେଲୱା ୟୁର୍ଜସ କମିଟି ପକ୍ଷରୁ ଶୁକ୍ରବାର ସକାଳ ପ୍ରାୟ ଛଅ ଟାରୁ ଅନିର୍ଦ୍ଧିଷ୍ଟ
କାଳୀନ ଶାନ୍ତିପୂର୍ଣ୍ଣ ଗଣଧାରଣା ଆରମ୍ଭ ହୋଇଛି।ରେଳ ବିଭାଗ ପକ୍ଷରୁ ଲିଖିତ ପ୍ରତିଶୃତୀ ନ ମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କମିଟି ସଭାପତି ଶ୍ରୀଯୁକ୍ତ ଅଭୟ ପାଣି କହିଛନ୍ତି । କମିଟିର ମୁଖ୍ୟ ଦାବି ମଧ୍ୟରେ ତାଳଚେର ଷ୍ଟେସନକୁ ସମସ୍ତ ଯାତ୍ରୀ ବାହୀ ଟ୍ରେନ ଚଳା ଚଳ ,ତାଳଚେର ଅନୁଗୋଳ ମଧ୍ୟରେ ଲୁପ୍ ଲାଇନ୍ ନିର୍ମାଣ ବିଭିନ୍ନ ରେଳ କ୍ରସିଂରେ ଓଭର ବ୍ରିଜ ନିର୍ମାଣ ଏବଂ ପୁରୀ ,ତାଳଚେର ମେମୋ ଟ୍ରେନକୁ କଣିହାଁ ପର୍ଯ୍ୟନ୍ତ ସମ୍ପ୍ରସାରଣ ଆଦି ରହିଛି। ଏଥି ସହିତ ଟ୍ରେନର ସମୟାନୁ ବର୍ତ୍ତିତା ଷ୍ଟେସନରେ ପାନୀୟ ଜଳ,ପରିମଳ, ଓ ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ସହ କୋଇଲା ବୋଝେଇ ଟ୍ରେନରେ ପାଲ ଘୋଡାଇ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ଦାବୀ ହୋଇଛି। ମଧ୍ୟାହ୍ନରେ ରେଲ ବିଭାଗର ଏଆରଏମ ସାଧାରଣସ୍ଥଳକୁ ଆସିଥିଲେ ମଧ୍ୟ ତାଙ୍କ ଆଚରଣକୁ ନେଇ ଆନ୍ଦୋଳନ କରୀ ଓ ବରିଷ୍ଠ ନାରିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା କମିଟି ପକ୍ଷରୁ କୁହାଯାଇଛି। ସଭାପତି ଅଭୟ ପାଣିଙ୍କ ନେତୃତ୍ଵରେ ସାଧାରଣ ସମ୍ପାଦକ ସନ୍ତୋଷ କୁମାର ଦେହୁରୀ ,ଉପସଭାପତି ସୁଲେଖ ସେଠୀ,ଦୋଳଗୋବିନ୍ଦ ସାହୁ,ଙ୍କୁ ସମେତ କମିଟିର ବହୁ ସଦସ୍ୟ ଗଣଧାରଣା ରେ ସାମିଲ୍ ହୋଇଥିଲେ
ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
