*ଯୋରନ୍ଦା କ୍ଲଷ୍ଟର ରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ (ସୁରଭି 2026)* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )ଅଦ୍ୟ ତା – 09/10/2026 ରିଖ ଗଁନ୍ଦିଆ ବ୍ଲକ ଯୋରନ୍ଦା କ୍ଲଷ୍ଟର ର ନୋଡାଲ ଉପ୍ରା ବିଦ୍ୟାଳୟ ରେ ଆଜି ଶୁକ୍ରବାର ସୁରଭି 2026 ବହୁ ଆଡମ୍ବର ସହିତ ପାଳିତ ହୋଇଛି l ଉକ୍ତ ଉତ୍ସବଟି ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରମ୍ଭା ଦେହୁରୀ ସଭାପତିତ୍ବ କରୁଥିବା ବେଳେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମନୋଜ ରଞ୍ଜନ ଦଳାଇ (ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ) ଓ ସଂମ୍ମାନିତ ଅତିଥି ଶ୍ରୀମତୀ ଆରତୀ ନାୟକ (ଯୋରନ୍ଦା ଗ୍ରା :ପ. ସରପଞ୍ଚ) ଶ୍ରୀଯୁକ୍ତ ସୁବାଷଚନ୍ଦ୍ର ସ୍ୱାଇଁ (BRCC), ଶ୍ରୀମତୀ ବାସନ୍ତୀ ସାହୁ (CRCC), ଶ୍ରୀଯୁକ୍ତ ସନାତନ ମହାରଣା ଓ ଭୀମସେନ ଦାସ ବିଦ୍ୟାଳୟ କମିଟି ସଭ୍ୟ ମଞ୍ଚରେ ଉପସ୍ଥିତ ଥିଲେ l ମଞ୍ଚ ପରିଚାଳନା କରିଥିଲେ କମଳକାନ୍ତ ମହାଳିକ ଅତିଥି ମାନେ ତାଙ୍କ ଅଭିଭାଷଣରେ କଥା ରଖିଲେ ଗ୍ରାମ ଗହଳିରେ ଲୁକାୟିତ ହୋଇଥିବା ଛୋଟ ଛୋଟ ପିଲାମାନଙ୍କର ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହିତ ତାଙ୍କର ନିଜ ପ୍ରତିଭା ଆଗକୁ ନେବାରେ ସହାୟ ହେବ, ଏହି ସୁରଭି କାର୍ଯ୍ୟକ୍ରମରେ 92 ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ , ଏଥିରେ ଡ୍ରଇଁ, ବକ୍ତୃତା, ସୃଜନାତ୍ମକ ଲିଖନ, ପ୍ରବନ୍ଧ ଲିଖନ, ପି.ଏମ. ପୋଷଣ, ସି. ଏମ.ପୋଷଣ ଓ ସାଂସ୍କୃତିକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ବିତରଣ କରାଯାଇଥିଲା l ଏହି ସମସ୍ତ କାର୍ଯ୍ୟକ୍ରମ ଗୁଡିକୁ ସଠିକ ଭାବରେ ବିଚାର କରୁଥିବା ବିଚାରକ ମଣ୍ଡଳୀ ମାନେ ହେଲେ କାଳନ୍ଦୀ ଚନ୍ଦ୍ର ପଣ୍ଡା, ମଦନ ମୋହନ ମହାଳିକ, ଅନିମା ପରିଡା, ଲୋପାମୁଦ୍ରା ମାଡାମ, ନିରଞ୍ଜନ ରାଉତ, ପ୍ରିୟଦର୍ଶିନୀ ରାଉତ, ଅଳକା ମଲ୍ଲିକ, ସ୍ବର୍ଣ୍ଣମୟୀ ସାମଲ, ରୁଦ୍ରନାରାୟଣ କବିସତପଥୀ, ସିନିବାସ ଦେହୁରୀ, ଚନ୍ଦ୍ରକାନ୍ତ ସାର ,ଉକ୍ତ କାର୍ଯ୍ୟକ୍ରମ ଟିକୁ ଯୋରନ୍ଦା କ୍ଲଷ୍ଟର CRCC ଶ୍ରୀମତୀ ବାସନ୍ତୀ ସାହୁ ପରିଚାଳନା କରିଥିବା ବେଳେ ତାଙ୍କୁ ସମସ୍ତ ଶିକ୍ଷକ ଶିକ୍ଷତ୍ରୀ ସହଯୋଗ କରିଥିଲେ l
