ଓଡ଼ିଶା ବନ୍ଦ ଡାକରାରେ ତାଳଚେରରେ ଚକଅଖ ଜାମ
ତାରିଖ: ୦୮/୧୦/୨୦୨୬
ତାଳଚେର ରାଜ୍ୟ ବ୍ୟାପୀ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଅନୁଗୋଳ ଜିଲ୍ଲା ତାଳଚେରରେ ମଧ୍ୟ ଦେଖିବାକୁ ମିଳିଛି । ବନ୍ଦ ସମର୍ଥକ ମାନେ ରାସ୍ତା ଅବରୋଧ କରିବା ଫଳରେ ଆଜି ଅପରାହ୍ନ ଦୁଇ ଘଣ୍ଟିକା ସମୟରେ ତାଳଚେର କଲେଜ ସମ୍ମୁଖରେ ଚକା ଜାମ ସ୍ଥିତି ସୃଷ୍ଟି ହୋଇଥିଲା
ରାସ୍ତା ଅବରୋଧ ଯୋଗୁଁ ଉଭୟ ପାର୍ଶ୍ୱରେ ଯାନ ବାହନ ଚଳାଚଳ ଠପ୍ ହୋଇଯାଇଥିଲା । ବିଶେଷ କରି କୋଇଲା ଓ ଅନ୍ୟାନ୍ୟ ସାମଗ୍ରୀ ପରିବହନ କରୁଥିବା ଶହ ଶହ ମାଲ ବାହୀ ଟ୍ରକ୍ ଓ ଡମ୍ପର ରାସ୍ତା କଡରେ ଧାଡ଼ି ହୋଇ ଅଟକି ରହି ଥିଲେ । ଏହା ସହ କିଛି ଯାତ୍ରୀ ବାହୀ ବସ ଓ ଦୁଇ ଚକିଆ ଯାନ ମଧ୍ୟ ରାସ୍ତାରେ ଅଟକି ରହିବାରୁ ଯାତ୍ରୀ ଓ ସାଧାରଣ ଲୋକେ ଯାତାୟତରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।
ଘଟଣାସ୍ଥଳ ରେ ଶାନ୍ତି ଶୃଙ୍ଖଳା ରକ୍ଷା ସହ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ରହିଥିବା ଜଣା ପଡିଛି । ତାଳଚେର ଭଳି ଶିଳ୍ପାଞ୍ଚଳ ରେ ବନ୍ଦର ପ୍ରଭାବରେ ମାଲ ବାହୀ ଯାନ ଚଳାଚଳ ବାଧାପ୍ରାପ୍ତ। ହେବା ସହ ରାସ୍ତାରେ ଦୀର୍ଘ୍ ସମୟ ଧରି ଗାଡ଼ି ଅଟକି ରହିଥିବା ଦେଖିବାକୁ ମିଳିଛି ।
ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
