୪ ଦଫା ଦାବି ନେଇ ଇଣ୍ଡିଆ ମେଣ୍ଟର ଓଡିଶା ବନ୍ଦ, ସୋରରେ ଶାନ୍ତି ପୂର୍ଣ୍ଣ ଭାବେ ସଫଳ।
ସୋର ତା ୮/୧୦ (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)- ଚାରି ଦଫା ଦାବି ନେଇ ଇଣ୍ଡିଆ ମେଣ୍ଟ ର ଓଡ଼ିଶା ବନ୍ଦ ପ୍ରଭାବ ସୋରରେ ଆଂଶିକ ଭାବେ ପଡିଛି। ଆଜି ଇଣ୍ଡିଆ ମେଣ୍ଟ ତରଫରୁ ଓଡିଶା ବନ୍ଦ ଡାକରା ମୁଖ୍ୟତଃ ,ଏମ ଏମ ଡିଆର ସଂଶୋଧନ ଆଇନ ୨୦୨୬ ପ୍ରତ୍ୟାହାର। କାରଣ ଭାରତ ସରକାରଙ୍କ ଖଣି ଓ ଖଣିଜ ସମ୍ପଦ ( ବିକାଶ ଓ ପରିଚାଳନା ) ସଂଶୋଧନ ଆଇନ ୨୦୨୬ ଦ୍ୱାରା,ରାଜ୍ୟ ମାନଙ୍କରେ ଥିବା ଖଣି ଓ ଖଣିଜ ସମ୍ପଦ ଉପରେ ସମ୍ପୃକ୍ତ ରାଜ୍ୟର ଗୁଡିକର କୌଣସି ଅଧିକାର ରହିବ ନାହିଁ। ଯାହା ଦେଶର ସଂଘୀୟ ବ୍ୟବସ୍ଥାକୁ ସମାପ୍ତ କରିଦେବ।ଏତଦଭିନ୍ନ ଏହି ନୂତନ ଆଇନ ଧାରା ୯ ସେକ୍ସନ ୮୦ ବଳରେ ପୂର୍ବରୁ କେନ୍ଦ୍ର ଉପରେ ଥିବା ଏକ ଲକ୍ଷ୍ୟ କୋଟିରୁ ଉର୍ଦ୍ଧ ଟଙ୍କାର ରାଜସ୍ବ ଓଡିଶା ପାଇବ ନାହିଁ, ତାଛଡା ଖଣିଜ ସମ୍ପଦରୁ ଆୟ ହେବାକୁ ଥିବା ବର୍ଷକୁ ପ୍ରାୟ ୧୪ ହଜାର କୋଟି ଟଙ୍କା ଓଡିଶା ହରାଇବ ବୋଲି ଆନ୍ଦୋଳନ କାରୀ ମାନେ ମତ ପ୍ରକାଶ କରିଛନ୍ତି। ଅନ୍ୟ ଦାବି ମଧ୍ୟରେ ତୃଟିପୂର୍ଣ୍ଣ ଏସ ଆଇ ଆର ଯୋଗୁଁ ଭାରତରେ ୧୪ କୋଟି ଭୋଟର ଭୋଟ ଅଧିକାରରୁ ବଞ୍ଚିତ କାରଣରୁ ମୁଖ୍ୟ ନିର୍ବାଚନ କମିଶନଙ୍କ ଇସ୍ତଫା, ପ୍ରଭୃତି ଦାବି ନେଇ, ସକାଳ ୬ ଟାରୁ ଜାତୀୟ କଂଗ୍ରେସ ଏବଂ ଭାରତୀୟ କମ୍ୟୁନିଷ୍ଟ ପାଟିର କର୍ମୀ ମାନେ ୧୬ ନମ୍ବର ଜାତୀୟ ରାଜ ପଥ ଉତ୍ତରେଶ୍ୱର ଠାରେ ଅବରୋଧ କରିଥିଲେ । ଫଳରେ ଜରୁରୀ କାଳୀନ ଗାଡ଼ି ଗୁଡିକୁ ବାଦ ଦେଇ ଅନ୍ୟ ସମସ୍ତ ଯାନବାହାନ ଅଟକି ରହିଥିଲା । ସେହିପରି ଆନ୍ଦୋଳନ କାରୀ ମାନେ ମୋଟର ସାଇକେଲ ପିକେଟିଙ୍ଗ କରିବା ଯୋଗୁଁ ସୋରର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ବ୍ୟାଙ୍କ, ପୋଷ୍ଟ ଅଫିସ, କୋର୍ଟ, ତହସିଲ , ବ୍ଳକ, କଲେଜ ତଥା ସମସ୍ତ ଅଫିସ ଗୁଡିକୁ ବନ୍ଦ କରାଇଥିଲେ। ଏହି ଓଡିଶା ବନ୍ଦ ଧର୍ମଘଟର ନେତୃତ୍ୱ ଜାତୀୟ କଂଗ୍ରସ ସୋର ବ୍ଲକ ସଭାପତି ଯୋଗେନ୍ଦ୍ର ଜେନା, ଜିଲ୍ଲା ଉପ ସଭାପତି ଶ୍ରୀକାନ୍ତ ଜେନା, ସୋର ନଗର ସଭାପତି ରାଜେନ୍ଦ୍ର ମହାନ୍ତି , ସୁବ୍ରତ ଧଡ଼ା , ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଜିଲ୍ଲା ସହ ସମ୍ପାଦକ ମାୟାଧର ନାୟକ, ସୋର ଜୋନ ସମ୍ପାଦକ ଶଶିକାନ୍ତ ପଣ୍ଡା,ସହ ସମ୍ପାଦକ ସୁରେନ୍ଦ୍ର ମାହାର୍ଣ୍ଣା,ପ୍ରଶାନ୍ତ ଦାସ,ଶିକ୍ଷକ ନେତା ସୁରେନ୍ଦ୍ର ବେହେରା, ରାଜେଶ ମହାପାତ୍ର , ପାରିଷଦ ନିଶାକର ମହାନ୍ତି,ସତ୍ୟ ନାରାୟଣ ମହାପାତ୍ର,ପାରିଷଦ ଅନିରୁଦ୍ଧ ମହାନ୍ତି, ପାରିଷଦ ଚିତ୍ତ ରଞ୍ଜନ ମହାପାତ୍ର , କଟି ପାଣିଗ୍ରାହୀ, ଗଙ୍ଗାଧର ସାହୁ,ଭଗବାନ ପଣ୍ଡା, ନରେନ୍ଦ୍ର ସାହୁ , ଶଙ୍କର୍ଷଣ ନାୟକ, ବିଭୁତି ଦାସ ପ୍ରମୁଖ ତୁଲାଇ ଥିଲେ ।ଏଥିରେ ଶତାଧିକ ସାଥି ସମର୍ଥକ ଯୋଗ ଦେଇଥିଲେ।
