କବି ଙ୍କ ବାଲ୍ୟ ଜୀବନର ଗାଥା
ରିପୋର୍ଟ୍ – ନିରୋଜ କୁମାର ସେଠୀ
କବି ସରୋଜ ସେଠି 1974 ମସିହାରେ ଯାଜପୁରର ସାହାପଡା ଗ୍ରାମରେ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ। ବାଲ୍ୟବସ୍ଥାରୁ ସେ ଅତ୍ୟନ୍ତ ଚପଳ ଓ ଲାଜକୁଳା ସ୍ଵଭାବର ଥିଲେ। ଧୀରେ ଧୀରେ ସେ ବଡ ହୋଇ ଉଚ୍ଚ ଶିକ୍ଷା ପାଇଁ ବ୍ରହ୍ମବରଦା ମହାବିଦ୍ୟାଳୟ କୁ ଯାଇଥିଲେ। ଏବଂ ଏଠାରେ ସେ ଝିଅ ମାନଙ୍କୁ ଦେଖି ବହୁତ କୁଲୁ କୁଲୁ ହେଉଥିଲେ। ସରସ୍ବତୀ ପୂଜା, ଗଣେଶ ପୂଜା ଏବଂ ମହାବିଦ୍ୟାଳୟର ଅନେକ functionରେ ସେ ହନୁମାନଙ୍କ ପରି ସବୁ ଜିନିଷ କୋଉଠୁ କୋଉଠୁ ଉଠେଇ ଆଣି ଡେକୋରେସନ କରୁଥିଲେ। ତାଙ୍କର ଉତ୍ସାହ ଉଦ୍ଦୀପନା ଓ ଅସୀମ ସାହସ ସବୁବେଳେ ପ୍ରସଂଶନୀୟ।
ଏବେ କବିବର ସରୋଜ ସେଠି ନିଜ ଜୀବନକୁ ସମାଜ ସେବାରେ ଉତ୍ସର୍ଗୀକୃତ କରିଛନ୍ତି। ସେ ଜଣେ କର୍ମବୀର ଓ ତାଙ୍କର ମୂଲ୍ୟବାନ ସମୟ ବାହାର କରି ଏହି ଆଧୁନିକ କବିତା ସଂକଳନ ପାଇଁ ଆମେ ତାଙ୍କୁ ଧନ୍ୟବାଦ ଜ୍ଞାପନ କରୁଛୁ। ଆମେ ସମସ୍ତ ସାଙ୍ଗ ମାନଙ୍କ ତରଫରୁ ତାଙ୍କୁ ଅଭିନନ୍ଦନ ଜଣାଇ ବକ୍ତବ୍ୟ ଶେଷ କରୁଛୁ।
