ଭଞ୍ଜମଣ୍ଡପରେ ତ୍ୟାଗବୀର ଦିବାକର ପଟ୍ଟନାୟକ ଜୟନ୍ତି ପାଳିତ
ବ୍ରହ୍ମପୁର, ତା. ୦୬/୧୦ :
ରାଜ୍ୟର ସର୍ବ ପୁରାତନ ତଥା ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ “ଜାତୀୟ ସଙ୍ଗୀତ କଳାକେନ୍ଦ୍ର” ତରଫରୁ କଳାକେନ୍ଦ୍ର ପରିସରସ୍ଥ ଭଞ୍ଜ ମଣ୍ଡପ ଠାରେ ପ୍ରଥିତଯଶା ସ୍ୱାଧୀନତା ସଂଗ୍ରାମୀ ତ୍ୟାଗବୀର ଦିବାକର ପଟ୍ଟନାୟକଙ୍କ ୧୨୭ତମ ଜୟନ୍ତି ମହାସମାରୋହରେ ପାଳିତ ହୋଇଯାଇଛି। କଳାକେନ୍ଦ୍ର ସଭାପତି ଶିକ୍ଷା ପ୍ରଦୀପ ଦେବୀ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜୟନ୍ତି ଉତ୍ସବରେ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଏବଂ ପ୍ରାଧ୍ୟାପକ ଡଃ. ଲକ୍ଷ୍ମୀ ନାରାୟଣ ପଣ୍ଡା ଯଥାକ୍ରମେ ମୂଖ୍ୟ ଅତିଥି ଓ ମୂଖ୍ୟ ବକ୍ତା ଭାବେ ଯୋଗଦେଇ ତ୍ୟାଗବୀର ଦିବାକର ପଟ୍ଟନାୟକଙ୍କ ଜୀବନୀ ଓ ଜୀବନଚର୍ଯ୍ୟା ଉପରେ ସିଂହାବଲୋକନ କରିବା ସହିତ ଜଣେ ପ୍ରଥିତଯଶା ସ୍ୱାଧୀନତା ସଂଗ୍ରାମୀ ତଥା ନିଷ୍ଠାପର ସମାଜସେବୀ ଥିଲେ ବୋଲି ନିଜସ୍ୱ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। ଏହି ଅବସରରେ ସର୍ବଶ୍ରୀ ମାନସ ରଂଜନ ଦାସ, ସୂର୍ଯ୍ୟନାରାୟଣ ପାତ୍ର, ଆଶୁତୋଷ ମହାପାତ୍ର, ଡ଼ି. ମୂରଲୀ ମୋହନ ରାଓ, ସାଇ ପ୍ରସାଦ ସାବତ, ଅନୁରାଗ ମହାପାତ୍ର, ନିତ୍ୟାନନ୍ଦ ପାଢ଼ୀ, ଲକ୍ଷ୍ମୀ ନାରାୟଣ ଆଚାରୀ, ଦିବାକର ପାତ୍ର, ଉମାମଣି ସାବତ ପ୍ରମୁଖ କଳାକେନ୍ଦ୍ରର ବହୁ ସଦସ୍ୟ-ସଦସ୍ୟା ତ୍ୟାଗବୀରଙ୍କ ଫୋଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । କଳାକେନ୍ଦ୍ର ସମ୍ପାଦକ ସ୍ୱର ଗୌରବ କୃଷ୍ଣ ପ୍ରସାଦ ସାବତ ସ୍ୱାଗତ ଭାଷଣ, ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କ୍ରମରେ ଦିବାକର ବାବୁଙ୍କ କଳାକେନ୍ଦ୍ର ସହ ସମ୍ପୃକ୍ତିର ଅବତାରଣା କରିଥିଲେ। ପରିଶେଷରେ ଅଧିବକ୍ତା କିରଣ କୁମାର ମହନ୍ତି ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।
