*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସରକାରୀ ସେବା ପ୍ରଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, ସରକାରୀ ଦାୟିତ୍ୱ ସମୟ ପରେ ମଧ୍ୟ ସହାୟତା ପ୍ରଦାନ ପାଇଁ ମୃତକ ପରିବାର ତଥ୍ୟ ସଂଗ୍ରହ*
ନୂଆପଡା(ମିଖାଏଲ ନନ୍ଦ) ତା:୦୬.୧୦.
ନୂଆପଡ଼ା ଜିଲ୍ଲା ରେ ଏଭଳି କାର୍ଯ୍ୟ ସମ୍ପାଦନ ପାଇଁ କର୍ମଚାରୀ ମାନେ ଆଗେଇ ଆସୁଛନ୍ତି। ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସରକାରୀ ସେବା ପ୍ରଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଛି।, ସରକାରୀ ଦାୟିତ୍ୱ ସମୟ ପରେ ମଧ୍ୟ ସହାୟତା ପ୍ରଦାନ ପାଇଁ ମୃତକ ପରିବାରଠାରୁ ତଥ୍ୟ ସଂଗ୍ରହ କରିଛନ୍ତି। ଏହି ତଥ୍ୟ ସଂଗ୍ରହ କରି ସରକାରଙ୍କ ବିଭିନ୍ନ ଯୋଜନା ଭୁକ୍ତ କରିବା ସୁବିଧା ପ୍ରଦାନ କରିବେ। ବିଶେଷ କରି ଯୋଜନା ସହାୟତା କର୍ମଚାରୀ ଗଣେଶ ଭୋଇ ଆଜି ଖଡ଼ିଆଳ ସହର ୱାର୍ଡ ନମ୍ବର ୦୭ ର କ୍ଷେତ୍ର ରାଉତ କିଡନୀ ଫେଲ ହେବାରୁ ସେ ମୃତ୍ୟୁ ବରଣ କରିଥିଲେ। ସେ ପରିବାର ର ମୁଖ୍ୟ ରୋଜଗାର କ୍ଷମ ବ୍ୟକ୍ତି ଥିବା ବେଳେ ତାଙ୍କ ପରିବାରଙ୍କୁ ଜାତୀୟ ପରିବାର ସହାୟତା ଯୋଜନା ରେ ଅନ୍ତର୍ଭୁକ୍ତ କରିବେ। ହରିଶ୍ଚନ୍ଦ୍ର ଯୋଜନା ଏବଂ ତାଙ୍କ ସ୍ତ୍ରୀ ତପସ୍ୱିନୀ ରାଉତ ଙ୍କୁ ବିଧବା ଭତ୍ତା ପ୍ରଦାନ ପାଇଁ ଆବେଦନ କରି ସହାୟତା ରାଶି ଶୀଘ୍ର ପ୍ରଦାନ ପାଇଁ କାର୍ଯ୍ୟ କରି ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି। ପର ଦୁଃଖରେ ଦୁଃଖୀ ହୋଇ ସହାୟତା ଉପଯୁକ୍ତ ସମୟରେ ପ୍ରଦାନ ପାଇଁ କାର୍ଯ୍ୟ କରିବା କର୍ମଚାରୀଙ୍କୁ ଅନେକ ସାଧୁବାଦ ବୋଲି କହିଥିଲେ।
