ବାଲିଗୁଡା :(ନି.ପ୍ର )କନ୍ଧମାଳ ଜିଲ୍ଲାର ଗାଁ ଗାଁରେ ଚାଲିଛି ସେବା ସଂକଳ୍ପ ଅଭିଯାନ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘ ୨୫ ବର୍ଷର ଶାସନକାଳକୁ ନେଇ ସାରା ଓଡ଼ିଶାରେ ଆରମ୍ଭ ହୋଇଛି ‘ସେବା ସଂକଳ୍ପ ଅଭିଯାନ’।
ଏହି ଅଭିଯାନରେ କନ୍ଧମାଳ ଜିଲ୍ଲାର ଗାଁ ଗାଁରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସଚେତନତା ସୃଷ୍ଟି ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ପ୍ରଚାର ଓ ପ୍ରସାର କରାଯାଉଛି।
ପଥପ୍ରାନ୍ତ ନାଟକ ମାଧ୍ୟମରେ ସାଧାରଣ ଲୋକଙ୍କ ନିକଟରେ ସରକାରୀ ଯୋଜନା ଓ ଏହାର ସୁଫଳ ସମ୍ପର୍କରେ ସଚେତନତା ପହଞ୍ଚାଉଛନ୍ତି କଳାକାରମାନେ।
ଉଜ୍ଜ୍ୱଳା ଯୋଜନା, ଜନଧନ ଯୋଜନା, ବେଟି ବଚାଓ ବେଟି ପଢ଼ାଓ, ପିଏମ୍ ସୂର୍ଯ୍ୟଘର ଯୋଜନା, ସୁଭଦ୍ରା ଯୋଜନା, ଜ୍ୟୋତି ଗ୍ରାମ, ଷ୍ଟ୍ରିଟ୍ ଲାଇଟ୍, ବିକଶିତ ଭାରତ, ଡିଜିଟାଲ ସେବା, ୟୁପିଆଇ, ଆୟୁଷ୍ମାନ ଭାରତ ଭଳି ବିଭିନ୍ନ ଯୋଜନା ଓ ସରକାରୀ ପଦକ୍ଷେପକୁ ନେଇ ପଥପ୍ରାନ୍ତ ନାଟକ ପରିବେଷଣ କରାଯଛି ଲୋକଙ୍କ ଓଡ଼ିଶାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘କନ୍ଧମାଳ କଳା ବିକାଶ କେନ୍ଦ୍ର’ର ସମ୍ପାଦକ ତଥା ଯୁବ ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନାଙ୍କ ନେତୃତ୍ୱରେ ଅନୁଷ୍ଠାନର ଥିଏଟର ଗ୍ରୁପ୍ କନ୍ଧମାଳ ଜିଲ୍ଲାର ବିଭିନ୍ନ ଗାଁ ଓ ଜନବସତିରେ ପଥପ୍ରାନ୍ତ ନାଟକ ପରିବେଷଣ କରୁଛି।
