ଧାମନଗର/ଭଦ୍ରକ (ସୀତାକାନ୍ତ ବିଶ୍ବାଳ) : ଭଦ୍ରକ ଜିଲ୍ଲା ଧାମନଗର ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ଵର ଛାତ୍ରୀ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ ପ୍ରତିବାଦ ପ୍ରଦର୍ଶନ କରି ରାତି ଅଧରେ ଶବ ନେଲ ଲୋକଙ୍କ ଆଗରେ ଚୋର ହେଲ ନ୍ୟାୟ ପାଇଁ ନିଜ ଦେହରେ ନିଆଁ ଲଗାଇ ଦେଇଥିବା ସୌମ୍ୟାଶ୍ରୀ ଦୀର୍ଘ ୩ଦିନ କାଳ ଛଟପଟ ହୋଇ ଶେଷରେ ମୃତ୍ୟୁବରଣ କରିଛନ୍ତି ବୋଲି କହି ବିଜେଡ଼ି କର୍ମୀ ମାନେ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଥିଲେ।ବଞ୍ଚିବାକୁ ତ ଦେଲନି, ଅନ୍ତତଃ ତାଙ୍କ ବଳିଦାନ ବ୍ୟର୍ଥ ନଯାଉ ନାରା ଦେଇ ଗତକାଲି ଧାମନଗର ବିଜୁ ଜନତା ଦଳ ତରଫରୁ ଧାମନଗର ବଜାର ଠାରେ ସୌମ୍ୟାଶ୍ରୀଙ୍କ ନ୍ୟାୟ ଦାବିରେ ପ୍ରତିବାଦ ସଭା କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜଙ୍କ ଇସ୍ତାଫା ପ୍ରଦାନ କରନ୍ତୁ।ଏହି ସଭାରେ ଧାମନଗର ପଞ୍ଚାୟତ ସମିତି ପୁର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ବ୍ଲକ ସଭାପତି ପ୍ରତାପ ସାମଲ,ଏନଏସି ସଭାପତି ବିଜୟ କେତନ ସାହୁ, ପୁର୍ବତନ ବ୍ଲକ ସଭାପତି ଉମେଶ ମହାନ୍ତି,ଏନଏସି ସଭାପତି ସୁଶାନ୍ତ ରାଉତ, ଜିଲ୍ଲା ଉପାଧ୍ୟକ୍ଷା ଟୁନିଵାଲା ବିଶ୍ୱାଳ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ମଲ୍ଲିକ,ସାରଦା ପ୍ରସନ୍ନ ସାହୁ, ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ ଉପସ୍ଥିତ ରହି ମୃତ ସୌମ୍ୟାଶ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।
